ମା’ର ଶବକୁ କାନ୍ଧରେ ବୋହି ୫ କିଲୋମିଟର ଚାଲିଲା ପୁଅ
17/04/2018 at 9:48 AM

ସରକାରଙ୍କ ମହାପ୍ରୟାଣ ଯୋଜନା କାହା ପାଇଁ ? ମା’ର ଶବକୁ କାନ୍ଧରେ ବୋହି ୫ କିଲୋମିଟର ଚାଲିଲା ପୁଅ
ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଟାଙ୍ଗିରେ
ଟାଙ୍ଗିର ଧୋବୀ ମାଲିକଙ୍କ ମା ଅସୁସ୍ଥ ହୋଇ ଟାଙ୍ଗି ମେଡିକାଲରେ ଭର୍ତ୍ତି ହୋଇଥିଲେ
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଏସସିବି ପଠାଇଦେଇଥିଲେ
ଡାକ୍ତରଖାନା ଗେଟ ନିକଟରେ ମାଙ୍କ ମୃତ୍ୟୁ ହୋଇଯାଇଥିଲା
ଆମ୍ବୁଲାନ୍ସରେ ମାଙ୍କ ଶବକୁ ଘରକୁ ନେବାକୁ ଅନୁରୋଧ କରିଥିଲେ ଧୋବୀ ମାଲିକ
କିନ୍ତୁ କେହି ନଶୁଣିବାରୁ ଶବକୁ ଟେକି ୫କିଲୋମିଟର ଯିବା ପରେ ଟାଙ୍ଗି କଲେଜ ନିକଟରେ କିଛି ଯୁବକ ତାଙ୍କୁ ଶବ ବୁହା ଗାଡ଼ିରେ ଘର ପର୍ଯ୍ୟନ୍ତ ପଠାଇଥିଲେ