AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଡାହାଣୀ ସନ୍ଦେହ: ମା ସମେତ ଛୋଟ ଛୋଟ ୪ ଛୁଆଙ୍କୁ ମାରି ଫିଙ୍ଗିଦେଲେ କୂଅରେ !

26/01/2019 at 6:41 PM

ବଣାଇ୨୬|୧: ଅନ୍ଧ ବିଶ୍ବାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ସୁନ୍ଦରଗଡ଼ କୋଇଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ । ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି। ମାଆ ସହିତ ୪ ପିଲାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।…

ସୁନ୍ଦରଗଡ଼ କୋଇଡାରେ ଚାଞ୍ଚଲ୍ୟ । ବଡ଼ଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଛି । କୁନି ମୁଣ୍ଡା ପିଲାମାନଙ୍କୁ ଧରି ଘରେ ଏକୁଟିଆ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ କେହି ହତ୍ୟା କରି ନିକଟରେ ଥିବା ଏକ କୁଅରେ ପକାଇଦେଇଥିଲା । ଆଜି ସକାଳେ ଘର ଭିତରେ ରକ୍ତ ଛିଟା ଦେଖିବା ପରେ ଘଟଣା ଜଣାପଡ଼ିଥିଲା ।….

କୋଇଡ଼ା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କୁଅରୁ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖୋଦ୍ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେପଟେ କୁନି ମୁଣ୍ଡାଙ୍କ ସ୍ବାମୀ କହିଛନ୍ତି ଯେ, ଗୁଣି ଗାରେଡ଼ିକୁ ସନ୍ଦେହ କରି ଏମାନଙ୍କୁ ହତ୍ୟାକରାଯାଇଛି । କିଛି ଦିନ ପୂର୍ବରୁ ପଡ଼ୋଶୀ ଦେବ୍ରା ମୁଣ୍ଡାଙ୍କ ଝିଅ ପ୍ରାଣ ହରାଇଥିଲା। ସେବେଠାରୁ ସେ କୁନି ଉପରେ ସନ୍ଦେହ କରୁଥିଲେ । ଏହି ଘଟଣା ପରେ ଦେବ୍ରା ଫେରାର ହୋଇଯାଇଛନ୍ତି।…

ଡାହାଣୀ ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି ତାର ତଦନ୍ତ ଚଳାଇଛି ପୋଲିସ ।

   Related Posts