ମା’କୁ ମାରି ପୋତି ଦେଇଥିଲା ପୁଅ : ୩ ଦିନ ପରେ ଜୀବିତ ଉଦ୍ଧାର ହେଲେ ମହିଳା
8/05/2020 at 4:26 PM

ଜିଙ୍ଗବିୟାନ କାଉଣ୍ଟି ୦୮/୦୫ : ମରିବା ପରେ କିଏ ଜୀବିତ ହୋଇପାରେ ଏହା ଆପଣ କଳ୍ପନା ମଧ୍ୟ କରିନଥିବେ | ମରିବା ପରେ କିଏ କେବେ ଜୀବିତ ହୋଇ ଫେରି ଆସିବା ସମ୍ଭବ ସମ୍ଭବ କି ? ଚୀନର ଉତ୍ତରାଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି | ଜଣେ ମହିଳା ମୃତ୍ୟୁର ୩ ଦିନ ପରେ ପୁଣି ଜୀବିତ ହୋଇ ଫେରି ଆସିଛନ୍ତି |
ସାଂକ୍ଷି ଅନ୍ତର୍ଗତ ଜିଙ୍ଗବିୟାନ କାଉଣ୍ଟିର | ଜଣେ ବ୍ୟକ୍ତି ନିଜ ମାକୁ ଖାଲି ପଡିଥିବା ଏକ କବରରେ ଦଫନ କରିଥିବା ଅଭିଯୋଗ ହୋଇଥିଲା | କିନ୍ତୁ ପରେ ମହିଳା ଜଣକ ଭୟଭୀତ ଅବସ୍ଥାରେ ଜୀବିତ ମିଳିଥିଲେ | ବ୍ୟକ୍ତିଙ୍କ ପତ୍ନୀ ପୋଲିସ କହିଥିଲେ ଯେ ତାଙ୍କ ସ୍ୱାମୀ ନିଜ ମାକୁ ଏକ ଠେଲାରେ ବସେଇ ମେ ୨ ତାରିଖରେ କୁଆଡେ ନେଇଯାଇଥିଲେ | ଏହାର ୩ ଦିନ ପରେ ମଧ୍ୟ ମହିଳା ଘରକୁ ନ ଫେରିବାରୁ ପୋଲିସ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା | ସୂଚନା ପାଇବା ପରେ ପୋଲିସ ଉକ୍ତ ବ୍ୟକ୍ତିକୁ ହେପାଜତକୁ ନେଇଥିଲା |
ତେବେ ବ୍ୟକ୍ତି ଜଣକ ମାକୁ ନେଇ ଏକ ଖାଲି ପଡିଥିବା ସ୍ମଶାନରେ ପୋତି ଦେଇଥିବା ଜଣାପଡିଥିଲା | ମହିଳାକୁ କିଛି ଲୋକ ଉଦ୍ଧାର କରିଥିଲେ | ସେମାନେ କହିଛନ୍ତି ଯେ, ମହିଳା ଏତେ ଭୟଭୀତ ଥିଲେ ଯେ ତାଙ୍କୁ ମାତୁ ତଳୁ ବାହାର କରିବା ପରେ ମଧ୍ୟ ସେ ସାହାଯ୍ୟ ପାଇଁ ଗୁହାରି କରୁଥିଲେ | ଅଭିଯୁକ୍ତ ବ୍ୟକ୍ତି ୫୮ ବର୍ଷ ବୟସ୍କ ଏବଂ ତାଙ୍କ ମା ୭୯ ବର୍ଷ ବୟସ୍କା ବାଙ୍ଗ | ସୂଚନା ଅନୁଯାୟୀ, ମହିଳା ଆଂଶିକ ଭାବେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ | ସେଥିପାଇଁ ପୁଅ ତାଙ୍କର ସେବା କରି କରି ବିରକ୍ତ ହୋଇଯାଇଥିଲା ଏବଂ ସେଥିପାଇଁ ଏହିଭଳି ପଦକ୍ଷେପ ନେଇଥିଲା | ପୋଲିସ ମାମଲାର ତଦନ୍ତ ଜାରି ରଖିଛି |