ଆନନ୍ଦପୁରରେ ଅଭାବନୀୟ ଘଟଣା, ସ୍ଵାମୀ-ସ୍ତ୍ରୀଙ୍କ ପରେ ବିଷ ପିଇ ମାଆର ଆତ୍ମହତ୍ୟା ଉଦ୍ୟମ
18/05/2022 at 10:26 PM

ଆନନ୍ଦପୁର: କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନ ଅନ୍ତର୍ଗତ ପଦନା ଗାଁରେ ଘଟିଛି ଅଭାବନୀୟ ଘଟଣା। ପ୍ରଥମେ ସ୍ଵାମୀ-ସ୍ତ୍ରୀ ଏକା ସଙ୍ଗେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରେ ମାଆ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସାହି ଲୋକଙ୍କ ସହାୟତାରେ ପ୍ରଦୀପ ସାହୁ ଓ ସ୍ତ୍ରୀ ବବି ସାହୁଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ସେହିପରି ପୁଅ ବୋହୂଙ୍କ ଅବସ୍ଥା ଦେଖି ବିଷ ପିଇଥିବା ମାଆ ରଞ୍ଜୁଲତା ସାହୁଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ଘରେ କେବଳ ତାଙ୍କ ସ୍ତ୍ରୀ ବବି ଓ ମା ରଞ୍ଜୁଲତା ରୁହନ୍ତି। ତେବେ କେଉଁ କାରଣରୁ ତିନି ସଦସ୍ୟ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପଟେ ସ୍ତ୍ରୀ ବବିଙ୍କ ବାପା ଏହି ଘଟଣା ମୁହଁ ଖୋଲିଛନ୍ତି।ଝିଅ ବବି ସହ ଶାଶୁଙ୍କର ପଡୁନଥିବା ସେ କହିଛନ୍ତି। ଉଭୟଙ୍କ ମଧ୍ୟରେ ସମୟ ସମୟରେ ଝଗଡା ଲାଗୁଥିବାରୁ ପାରିବାରିକ କଳହ କାରଣରୁ ଏଭଳି ଘଟିଥାଇପାରେ ବୋଲି କହିଛନ୍ତି।