ଫୋନ୍‌ ଛଡାଇ ନେବାରୁ ଘରର ଏମିତି ଅବସ୍ଥା କଲା ୧୫ ବର୍ଷର ବାଳକ, ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ ୧୬।୦୯: ବର୍ତ୍ତମାନ ସମୟରେ ପିଲାମାନେ ମୋବାଇଲ୍ ଫୋନରେ ବହୁତ ବ୍ୟସ୍ତ ରହୁଛନ୍ତି। ଯାହାକୁ ଦେଖିବ ସୋସିଆଲ ମିଡିଆରେ ଏତେ ମାତୁଛନ୍ତି ଯେ ଆଖ ପାଖରେ କଣ ଘଟୁଛି କାହାକୁ କିଛି ଜଣାପଡୁନାହିଁ । ଏତିକି ହିଁ ନୁହେଁ ଶୋଇବା, ଖାଇବା, ପିଇବା ସମୟରେ ଫୋନରେ ଲାଗି ରହୁଛନ୍ତି। ପୂର୍ବରୁ, ଯେଉଁଠାରେ ପିଲାମାନେ ପାର୍କରେ କିମ୍ବା ପଡିଆରେ ଖେଳକୁଦ କରୁଥିଲେ। ବର୍ତ୍ତମାନ ପିଲାମାନେ କେବଳ ଫୋନରେ ଲାଖି ରହୁଛନ୍ତି। ଏହିପରି ଅନେକ ଗବେଷଣା କରାଯାଇଛି। ଯାହା ଦର୍ଶାଇଛି ଯେ ମୋବାଇଲ୍ ଫୋନ୍ କେବଳ ପିଲାମାନଙ୍କ ଆଖି ନଷ୍ଟ କରୁନାହିଁ, ବରଂ ସେମାନଙ୍କୁ ହିଂସାତ୍ମକ ଏବଂ ଚିନ୍ତିତ ମଧ୍ୟ କରୁଛି। ଏହିପରି ଏକ ଭିଡିଓ ଭାଇରାଲ୍ ହୋଉଛି । ଯାହାକୁ ଦେଖିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

wp:html /wp:html

ଆଇପିଏସ୍ ଅଧିକାରୀ ଦୀପନସୁ କାବ୍ରା ଟ୍ୱିଟରରେ ଅନେକ ସମୟରେ ଚକିତ ପୋଷ୍ଟ ସେୟାର କରନ୍ତି। କିନ୍ତୁ ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତା ବଢାଇ ଦେଇଛି। ଭିଡିଓରେ ଘର ରୁମ୍‌ର ସମସ୍ତ ଜିନିଷ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। ଜିନିଷ ଗୁଡିକ ଭଙ୍ଗାରୁଜା ହୋଇ ପଡିଛି। ଏହା କେଉଁ ଚୋର ଦ୍ୱାରା ନୁହେଁ, ବରଂ ରାଗରେ ଜଣେ ୧୫ ବର୍ଷର ପିଲାଟି ଏପରି ଅବସ୍ଥା କରିଛି । ଏହାର କାରଣ ହେଉଛ ମୋବାଇଲ୍‌ । କାହିଁକି ନା ପିଲାଟି ପାଖରୁ ଫୋନ୍ ଛଡ଼ାଯିବାବେଳେ ସେ ଏହି ଘଟଣା ଘଟାଇଥିଲା ।

ଦୀପାନୁ ପୋଷ୍ଟ ସହିତ ଲେଖିଛନ୍ତି- “ଘରେ ୧୫ ବର୍ଷର ପିଲାଟି ପାଖରୁ ମୋବାଇଲ୍‌ ନେଇଯାଇଥିବାରୁ ଏହି ପ୍ରକାରର ବିନାଶ କରିଛି । ଏହି ଦୃଶ୍ୟ ଦେଖି ସ୍ପଷ୍ଟ ହୋଇଛି ଯେ ପିତାମାତାଙ୍କ ପାଇଁ ଆଜିର ପିଢିକୁ ମୋବାଇଲ୍ ଠାରୁ ଦୂରେଇ ରଖିବା ଉଚିତ୍‌ । ଭିଡିଓକୁ ୧୨ ହଜାରରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ କମେଣ୍ଟ ଦେଇ ନିଜର ମତାମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.