ଆଖି ପିଛୁଲାକେ ଚାଲିଗଲା ଜୀବନ, କୂଅରେ ବୁଡି ମାଆ-ପୁଅ ମୃତ
5/05/2020 at 3:07 PM

କାମାକ୍ଷାନଗର ୦୫।୦୫: ଆଖି ପିଛୁଲାକେ ଚାଲିଗଲା ମାଆ-ପୁଅଙ୍କ ଜୀବନ । ଢେଙ୍କାନାଳ ପରଜଙ୍ଗ ତୋରଡ଼ାନାଳୀରେ ଗାଁ ଘଟିଛି ଘଟଣା । କୂଅରେ ପଡ଼ି ମାଆ, ପୁଅ ମୃତ ହୋଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ପରଜଙ୍ଗ ତୋରଡ଼ାନାଳୀରେ ଏକ କୂଅ ନିକଟରେ ପୁଅ ଖେଳୁଥିଲା । ତେବେ ଖେଲୁଥିବା ସମୟରେ ଅସାବଧାନତାରୁ ଖସିପଡ଼ିଲା ପୁଅ । କୂଅରେ ପୁଅର ପଡିବା ଦେଖି ମାଆ ବଞ୍ଚାଇବାକୁ କୂଳ ମଧ୍ୟ ଡେଇଁପଡିଥିଲେ । କିନ୍ତୁ ପୁଅକୁ ବଞ୍ଚାଇବା ପରିବର୍ତ୍ତେ ନିଜ ଜୀବନ ହାରିଥିଲେ ମାଆ । ପାଣିରେ ମାଆ-ପୁଅ ବୁଡିଥିବାର ଦେଖି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । କିନ୍ତୁ କୂଅ ମଧ୍ୟରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ ।
Related Posts
ଶନିବାରଠୁ ରାଜ୍ୟରେ ବଢିବ ତାତି, କମିବ ଶୀତ: ୧୧ ଯାଏଁ ରହିବ ଖରାର ପ୍ରକୋପ
4 February 2023
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023