oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କୋଭିଡ୍‌ ଭୟରେ ବିଷ ପିଇ ମାଆ ଓ ପୁଅ ମୃତ

10/01/2022 at 12:11 PM

ଚେନ୍ନାଇ ୧୦/୦୧; ବର୍ଷ ପରେ ବର୍ଷ ବିତିବାରେ ଲାଗିଛି, କିନ୍ତୁ କୋଭିଡ୍‌ର ଭୟ ଲୋକଙ୍କ ମନରୁ ଯେମିତି କମିବାର ନାଁ ନେଉନି। କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସିଛି। ତାମିଲନାଡୁ ମଦୁରାଇର ଜଣେ ୨୩ ବର୍ଷୀୟ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅ କୋଭିଡ୍‌ ସଂକ୍ରମଣ ଭୟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପିରବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେଥିରୁ ୩  ଜଣ ସୁସ୍ଥ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ତାମିଲନାଡୁ ମଦୁରାଇରେ ରହୁଥିବା ଲକ୍ଷ୍ମୀ ଡିସେମ୍ବର ମାସରେ ତାଙ୍କ ସ୍ବାମୀ ନାଗରାଜଙ୍କୁ ହରାଇଥିଲେ। ନାଗରାଜଙ୍କ ମୃତ୍ୟୁ ପରେ ଲକ୍ଷ୍ମୀଙ୍କର ମାନସିକ ଅବସ୍ଥା ଠିକ୍‌ ନଥିଲା। ତେଣୁ ତାଙ୍କ ଝିଅ ଜ୍ୟୋତିକା ଆସି ତାଙ୍କ ମାଆଙ୍କ ପାଖରେ ରହୁଥିଲେ। ନିକଟରେ ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡିଲା। ତାଙ୍କଠୁ ସଂକ୍ରମଣ ବ୍ୟାପିବା ଭୟରେ ସେ ବିଷ ପଇବା ସହ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ବିଷ ଦେଇଥିଲେ। ଏନେଇ ପଡୋଶୀ ପୋଲିସ୍‌କୁ ଖବର ଦେବା ପରେ ପୋଲିସ ଲକ୍ଷ୍ମୀଙ୍କ ଘରକୁ ପହଞ୍ଚିଥିଲା। ପୋଲିସ୍‌ ପରିବାରର ୫ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା। ହସ୍ପିଟାଲରେ ପହଞ୍ଚିବା ବେଳକୁ ଜ୍ୟୋତିକା ଏବଂ ତାଙ୍କ ୩ବର୍ଷର ପୁଅ ପ୍ରାଣ ହରାଇ ସାରିଥିବା ବେଳେ ଅନ୍ୟ ୩ ସଦସ୍ୟ ସୁସ୍ଥ ଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

କୋଭିଡ୍‌ ସଂକ୍ରଣମ ବ୍ୟାପିକା ଭୟରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ୍‌ କହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରଙ୍କ ପକ୍ଷରୁ କେହି ଭୟଭୀତ ହୋଇ ଏଭଳି ପଦକ୍ଷେପ ନନେବାକୁ ପରାମର୍ଶ ଦିଆଯାଇଛି।

   Related Posts