ମାଆ ଆଗରେ ପୁଅ ବେକରେ ଛୁରି ଦେଖାଇ ଲୁଟ୍, ଲୁଟିନେଲେ ୬୦ ହଜାର ସହ ଟଙ୍କା ଓ ଚାରି ଭରି ସୁନା

Published By : Prameya-News7 Bureau | November 11, 2023 IST

ଭୁବନ ୧୧/୧୧: ଘରେ ପସି ଲୁଟିନେଲେ ଷାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା । ଏପରି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗରୁଡବନ୍ଦୀ ରାଉତ ସାହିରେ ।

ସୂଚନା ଥାଉକି, ଶୁକ୍ରବାର ରାତି ଗୋଟାଏ ସମୟରେ ତିନି ଜଣ ଲୁଟେରା ମୁହଁରେ ଗାମୁଛା ଘୋଡାଇ ଗ୍ରାମର ବିଜୟ ରାଉତ ଘରେ ପଶିଥିଲେ । ଲୁଟେରାମାନେ ପ୍ରଥମେ ବିଜୟ ରାଉତ ଓ ତାଙ୍କ ସ୍ତ୍ରୀ ଶୋଇଥିବା ଘରେ ବାହାର ପଟୁ କବାଟ ବନ୍ଦ କରିଥିଲେ ।

ପରେ ବିଜୟ ରାଉତଙ୍କ ବୋହୁ ଓ ନାତି ଶୋଇଥିବା ଘରେ ପଶି ନାତୀ ବେକରେ ଛୁରା ଦେଖାଇ ଆଲମାରୀ ତାଡି ସେଥିରୁ ଷାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା ଲୁଟିନେଇ ପଳାଇବାରେ ସକ୍ଷମ ହୋଇଥିଲେ । ଏ ସମ୍ପର୍କରେ ଆଜି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.