ମନୁଷ୍ୟ ମରଣଶୀଳ। ଏକଥା ସମସ୍ତେ ଜାଣନ୍ତି ଯେ ମୃତ ବ୍ୟକ୍ତିମାନେ କେବେ ଫେରିନଥାଆନ୍ତି। କିନ୍ତୁ ଦକ୍ଷିଣ କୋରିଆର ଏକ ଟେଲିଭିଜନ ଶୋ ଏହି ଅସମ୍ଭବକୁ ସମ୍ଭବ କରିଛି। ଟେକ୍ନୋଲୋଜି ସହାୟତାରେ ଏହି ଟେଲିଭିଜନ ଶୋ ଜଣେ ମାଆଙ୍କୁ ତାଙ୍କ ମୃତ ଝିଅ ସହ ଦେଖା କରାଇ ପାରିଛି। ଯେଉଁ ଟିଭି ଶୋ ରେ ଏହା ହୋଇଛି,ଏହାର ନାଁ ‘ମିଟିଙ୍ଗ୍ ୟୁ’।
{"id":224251,"sizeSlug":"large"}ଏହା ଭରଚୁଆଲ ଓ୍ବାର୍ଲଡ ଉପରେ ଆଧାରିତ। ଏବେ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନକୁ ନେଇ ଅନଲାଇନ୍ ଦୁନିଆ ଗଢ଼ି ଉଠିଛି। ଏଥିରେ କେବେ ଆପଣ ଶବ୍ଦ ସହାୟତାରେ,କେତେବେଳେ ଗ୍ରାଫିକ୍ସ ସହାୟତାରେ ପରସ୍ପର ସହ କଥା ହୁଅନ୍ତି।
{"id":224254,"sizeSlug":"large"}ଏହି ‘ମିଟିଙ୍ଗ୍ ୟୁ’ ସେମାନଙ୍କୁ ସାହାଯ୍ୟ କରିଥାଏ ଯେଉଁମାନଙ୍କ କୌଣସି ଆତ୍ମୀୟଙ୍କ ମୃତ୍ୟୁ ଘଟିଥାଏ। ଏପରି ବ୍ୟକ୍ତିଙ୍କୁ ଶୋ କୁ ଡକାଯାଇ ଟେକ୍ନୋଲୋଜି ସହାୟତାରେ ଭରଚୁଆଲ ଓ୍ବାର୍ଲଡ ଦ୍ବାରା ମୃତ ବ୍ୟକ୍ତିଙ୍କୁ ଗଢ଼ା ଯାଇଥାଏ। ଶୋରେ ଆସିଥିବା ବ୍ୟକ୍ତିଙ୍କୁ ହେଡସେଟ୍ ପିନ୍ଧାଯାଇଥାଏ। ଏହାଦ୍ବାରା ସେ ମୃତ ବ୍ୟକ୍ତିଙ୍କ କଣ୍ଠ ଶୁଣିପାରନ୍ତି। ତାଙ୍କୁ ଅନୁଭବ କରି ପାରନ୍ତି। ତାଙ୍କୁ ଦେଖି ପାରନ୍ତି। ଏସବୁ ସତରେ ହୋଇନଥାଏ,କିନ୍ତୁ ସତ୍ୟର ଆଭାସ ଦେଇଥାଏ।
wp:html /wp:htmlସେହିପରି ‘ମିଟିଙ୍ଗ୍ ୟୁ’ର ଏକ ଏପିସୋଡକୁ ଆସିଥିଲେ ୟାଙ୍ଗ-ୟି ସଙ୍ଗ୍। ତାଙ୍କର ନେଇୟୋନ୍ ନାମ୍ନୀ ଜଣେ ଝିଅ ଥିଲେ। ୨୦୧୬ମସିହାରେ ଏକ ମାରାତ୍ମକ ରୋଗ ଯୋଗୁଁ ନେଇୟୋନଙ୍କ ମୃତ୍ୟୁ ହୋଇଥିଲା। ଝିଅଙ୍କ ମୃତ୍ୟୁ ଧକ୍କାରୁ ଆଜି ଯାଏଁ ବାହାରକୁ ଆସି ପାରିନାହାନ୍ତି ୟାଙ୍ଗ-ୟି ସଙ୍ଗ୍। ୟାଙ୍ଗ୍ ‘ମିଟିଙ୍ଗ୍ ୟୁ’ ଶୋକୁ ପହଞ୍ଚିବା ପରେ ଏହି ଶୋ କର୍ମଚାରୀମାନେ ଭରଚୁଆଲ୍ ଓ୍ବାର୍ଲଡ ଜରିଆରେ ନେଇୟୋନକୁ ଗଢ଼ିଥିଲେ। ସେ ଅବିକଳ ପ୍ରକୃତ ନେଇୟୋନଙ୍କ ଭଳି ଦେଖାଯାଉଥିଲେ ଏବଂ ତାଙ୍କ ଭଳି କଥା କହୁଥିଲେ। ହେଡସେଟ୍ ଲଗାଇ ୟାଙ୍ଗ୍ ନିଜ ଝିଅକୁ ଦେଖିବା ପରେ କାନ୍ଦିବାକୁ ଲାଗିଥିଲେ।
{"id":224255,"sizeSlug":"large"}ହେଡସେଟରୁ ଦେଖାଯାଉଥିବା ନେଇୟୋନ୍ ତାଙ୍କ ମାଆ ୟାଙ୍ଗଙ୍କୁ ପଚାରିଥିଲେ ଯେ ସେ କ’ଣ ତାଙ୍କୁ ମନେ ପକାଉଛନ୍ତି? ଏହାର ଉତ୍ତରରେ ୟାଙ୍ଗ୍ କହିଥିଲେ-ସବୁବେଳେ। ଏହା ପରେ ନେଇୟୋନ୍ ତାଙ୍କୁ କହିଥିଲେ-ସେ ମଧ୍ୟ ତାଙ୍କୁ ବହୁତ ମନେ ପକାଉଛନ୍ତି। ତା’ପରେ ଏହି ଭରଚୁଆଲ ଓ୍ବାର୍ଲଡରେ ୟାଙ୍ଗ୍ ଏବଂ ନେଇୟୋନ ଦୁହେଁ ପରସ୍ପରର ହାତ ଧରି ଖେଳିଥିଲେ। ଶେଷରେ ନେଇୟୋନ୍ କହିଲେ ଯେ ସେ ଶୋଇବାକୁ ଯାଉଛନ୍ତି। ଏହାପରେ ସେ ୟାଙ୍ଗଙ୍କୁ ଗୁଡ ବାୟ କହିବାକୁ କହିଥିଲେ।
{"id":224256,"sizeSlug":"large"}ଏହି ଶୋ ପରେ ୟାଙ୍ଗ୍ ନିଜର ଅନୁଭବ ବିଷୟରେ କହିଥିଲେ -
‘ନିଜ ଝିଅଙ୍କ ମୃତ୍ୟୁର ୩ବର୍ଷ ପରେ ସେ ଜାଣି ପାରିଲେ ଯେ ତାଙ୍କୁ ମନେ ପକାଇବାଠୁ ବେଶୀ ତାଙ୍କୁ ଭଲ ପାଇବା ଉଚିତ୍। ତାଙ୍କୁ ଆଶା ରହିଛି ଯେ ତାଙ୍କର ଏହି ଅନୁଭବ ସହାୟତାରେ ଅନ୍ୟ ପରିବାରମାନଙ୍କୁ ମଧ୍ୟ ସାହସ ମିଳିବ ଯେଉଁମାନେ ନିଜର କୌଣସି ଆତ୍ମୀୟଙ୍କ ମୃତ୍ୟୁ ଶୋକରେ ଅଛନ୍ତି’।