vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବିଚ୍ ରାସ୍ତାରେ ଟପ୍‌ଲେସ୍ ହେଲେ ମହିଳା: ଆଶ୍ଚର୍ଯ୍ୟ ହେଲେ ନେଟିଜିନ୍ସ , ଟ୍ରୋଲ୍ କରି କହିଲେ ଏମିତି…

16/09/2021 at 2:07 PM

ଲଣ୍ଡନ୍ ୧୬/୦୯ : ଦୁନିଆ ବିଭିନ୍ନ ପ୍ରକାରର ଅଜବ ଧରଣର ଘଟଣା ସାମ୍ନାକୁ ଆସେ । ହେଲେ ଯଦି କେହି ରାଜରାସ୍ତାରେ ପୋଷାକ କାଢି ଦିଏ। ତାହାଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ  ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମହିଳା ଜଣଙ୍କ ରାଜରାସ୍ତାରେ ଟପଲେସ୍ ହୋଇ ପ୍ରଦର୍ଶନ କରୁଛନ୍ତି (ମହିଳା ଟପଲେସ୍ ଅନ୍ ଦି ରୋଡ୍) ।

ଜଳବାୟୁ ପରିବର୍ତ୍ତନ ବିରୋଧରେ ବିରୋଧ କରୁଥିବା ମହିଳା Extinction Rebellion Mob ସଦସ୍ୟ ଅଟନ୍ତି। ଏହି ଗ୍ରୁପ୍ ସହିତ ହଜାର ହଜାର ଲୋକ ଜଡିତ ହୋଇ ଅଛନ୍ତି । ଯେଉଁମାନେ ଦ୍ରୁତ ଭାବେ ହେଉଥିବା ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।

ସୂଚନା ଅନୁଯାୟୀ ମହିଳାଙ୍କ ନାମ ହେଉଛି ଲୌରା ଆମେର୍ଷ୍ଟ । ତାଙ୍କର ବୟସ 31 ବର୍ଷ । ସେ ଏକ ଶିଶୁର ମାଆ । ଏହି ଲେଡି XR ନାମରେ ବେଶ ଲୋକପ୍ରିୟ ଭାବରେ ଜଣାଶୁଣା । ମହିଳା ଜଣକ କହିଛନ୍ତି ଯେ ଟପଲେସ୍ ହୋଇ ପ୍ରଦର୍ଶନ କରିବାରେ ତାଙ୍କ ପରିବାରର କୌଣସି ଅସୁବିଧା ନାହିଁ। ତେବେ ସେ କହିଛନ୍ତି ଯେ ସେ ପରିବେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସେ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ସଚେତନ କରାଉଛନ୍ତି ।

ହେଲେ ତାଙ୍କର ଏହି ପ୍ରଦର୍ଶନ କାରଣରୁ କିଛି ଲୋକ ଅଭିଯୋଗ କରିଛନ୍ତି ଯେ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲୌରା ଟପଲେସ୍ ହୋଇଛନ୍ତି । ସେ ସୋସିଆଲ୍ ମିଡିଆ ଏକ ଇନଫ୍ଲୁଏନ୍ସର ହେବାକୁ ଚାହୁଁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ବିରୋଧ କରିବା ସେମାନଙ୍କର ଏକମାତ୍ର ଏଜେଣ୍ଡା ।

   Related Posts