ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ମାଆ ମୃତ, ପୁଅ ଗୁରୁତର

Published By : Prameya-News7 Bureau | December 20, 2020 IST

ବୁର୍ଲା,୨୦/୧୨: ସମ୍ବଲପୁର ଜିଲ୍ଲା ବୁର୍ଲାର ସମ୍ବଲପୁର-ସୋନପୁର ମୁଖ୍ୟ ରାସ୍ତା ବଡମାଲ ସୋଲାର ପ୍ଲାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର୍ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ପଠାଯାଇଛି। ମୃତକ ହେଲେ ବରଗଡ ଜିଲ୍ଲା ଭେଡେନ୍‌ ଥାନା ବୁର୍ଦା ଗାଁର ପଦ୍ମାଳୟା ପଣ୍ଡା (୭୮) ଓ ଆହତ ହେଲେ ମୃତକଙ୍କ ପୁଅ ସୁଶାନ୍ତ ପଣ୍ଡା(୫୩) ।

ସୂଚନା ଅନୁସାରେ, ସୁଶାନ୍ତ ଓ ତାଙ୍କ ମାଁ ପଦ୍ମାଳୟା କୌଣସି କାମରେ ନିଜଗାଁରୁ କାରରେ(ଓଡି ୧୭ କ୍ୟୁ ୩୨୧୯) ଉଲୁଣ୍ଡା ଅଭିମୁଖେ ଯାଉଥିଲେ । ତେବେ ସୋଲାର ପ୍ଲାଣ୍ଟ୍ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏଥରେ ସୁଶାନ୍ତ ଏବଂ ତାଙ୍କ ମାଁ ଗୁରୁତର ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ପ୍ରଥମେ ଉଲୁଣ୍ଡା ଓ ପରେ ବୁର୍ଲାକୁ ଆଣିଥିଲେ।

ବୁର୍ଲାରେ ପଦ୍ମାଳୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୁଲିସ ଏକ ମାମ୍‌ଲା ରୁଜୁ କରି ପଦ୍ମାଳୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.