ଦୁଇ ଶିଶୁଙ୍କ ପରେ ଆଖିବୁଜିଲେ ମାଆ, ବିଷାକ୍ତ ଖାଦ୍ୟ ଅସୁସ୍ଥ ଥିଲେ ପୁରା ପରିବାର

Published By : Prameya-News7 Bureau | September 04, 2022 IST

ଆଠଗଡ଼ ୦୪।୦୯ : ବିଷାକ୍ତ ଚାଟ୍‌ ଖାଇ ଅସୁସ୍ଥ ଘଟଣା । ମେଡିକାଲରେ ଆଖିବୁଜିଲେ ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବିରବରପୁର ଗାଁରେ ଗୋବିନ୍ଦ ପାତ୍ରଙ୍କ ପତ୍ନୀ । ପୂର୍ବରୁ ତାଙ୍କ ପୁଅ ରୁଦ୍ର ଏବଂ ଝିଅ ରୁଚିକାଙ୍କର ମୃତ୍ୟୁ ହୋଇସାରିଛି । ସ୍ୱାମୀ ଏବେବି ଗୁରୁତର ଅଛନ୍ତି ।

ଖବର ଅନୁଯାୟୀ, ବିରବରପୁର ଗାଁର ଗୋବିନ୍ଦ ପାତ୍ରଙ୍କୁ ମିଶାଇ ପରିବାରର ୪ ଜଣ ଚାଟ୍‌ ଖାଇଥିଲେ । ଏହାପରେ ହଠାତ୍‌ ଚାରିଜଣ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପୁଅ ରୁଦ୍ର ଓ ଝିଅ ରୁଚିକାଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ମାଆଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.