oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦେଶ ଉପରେ ମା କାଳୀଙ୍କ ଆଶୀର୍ବାଦ ରହିଛି, ଇସାରା ଇସାରାରେ ମମତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପଦେଶ

10/07/2022 at 4:42 PM

ନୂଆଦିଲ୍ଲୀ: ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ପ୍ରାମଣିତ ଚଳଚ୍ଚିତ୍ର କାଳୀର ପୋଷ୍ଟରକୁ ନେଇ ସମଗ୍ର ଦେଶରେ ବିତର୍କର ବିଷୟ ପାଲଟିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଦେବୀଙ୍କ ଦେଶ ଉପରେ ଆଶୀର୍ବାଦ ରହିଛି। ମା କାଳୀଙ୍କ ଚେତନା ପୂରା ଭାରତର ଆସ୍ଥାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯୋଡି କି ଦେଖାଯାଉଛି। କାରଣ ତାଙ୍କ ପାର୍ଟିର ସାଂସଦ ମୋହୁଆ ମୋଇତ୍ରା ମା କାଳୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ମୋଇତ୍ରାଙ୍କ ବିରୋଧରେ ମାମଲା ବି ରୁଜୁ କରାଯାଇଛି ଏବଂ ବିଜେପି ଟିଏମସିରୁ ତାଙ୍କ ନିଲମ୍ବନ ଦାବି କରିଛି।

ରବିବାର ସ୍ଵାମି ଆତ୍ମସ୍ଥାନାନନ୍ଦ ଜୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସି ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାମକୃଷ୍ଣ ପରମହଂସଙ୍କୁ ମନେ ପକାଇ କହିଛନ୍ତି, ସ୍ଵାମୀ ରାମକୃଷ୍ଣ ପରମହଂସ ଏକ ସନ୍ଥ ଥିଲେ, ଯିଏ ନିଜ ଆଖି ସାମ୍ନାରେ ମା କାଳୀଙ୍କୁ ଅନୁଭବ କରିଥିଲେ। ସେ ପଶ୍ଚିମବଙ୍ଗର କାଳୀ ପୂଜା ଏବଂ ସ୍ଵାମୀ ବିବେକାନନ୍ଦଙ୍କ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ପରେ ବିଜେପି ଆଇଟି ସେଲର ପ୍ରମୁଖ ଅମିତ୍ ମାଲଭୀୟ ମୋହୁଆ ମୋଇତ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ପୂରା ଭାରତ ପାଇଁ ମା କାଳୀଙ୍କୁ ଭକ୍ତିର କେନ୍ଦ୍ର ଭାବେ ଦର୍ଶାଇଛନ୍ତି। ମାତ୍ର ଟିଏମସି ସାଂସଦ ତାଙ୍କର ଅପମାନ କରିଛନ୍ତି। ମମତା ବାନାର୍ଜୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କର ରକ୍ଷା କରୁଛନ୍ତି।

   Related Posts