ମାଆ ନିଜେ କରୁଥିଲା ଦେହବେପାର, ଏହିକାମରେ ବି ଲଗାଉଥିଲା ନାବାଳିକା ଝିଅକୁ

Published By : Prameya-News7 Bureau | January 13, 2019 IST

ଅମୃତସର ୧୩/୧- ଦୁନିଆରେ ଏମିତି କିଛି କଥା ଅଛି କହିବାକୁ ଲାଜ, ଶୁଣିବାକୁ ବି ଲାଜ । ହେଲେ ଘଟଣା ଏମିତି ନିଜ ଲୋକଙ୍କୁ କିଛି  କହି ହେବନି ସିନା ଧର୍ଯ୍ୟସୀମା ପାର ହେଲେ କିଛି ନା କିଛି ଅଘଟଣ ଘଟିବା କିଛି ଅସୁବିଧା ନ ଥାଏ ।

ଏମିତି ଏକ ଘଟଣା ଘଟିଛି ପଂଜାବର ଅମୃତସରରେ । ସୁଲତାନବିଡ଼ ଅଂଚଳରେ ରହୁଥିବା ଜଣେ ମହିଳା ନିଜେ ଦେହ ବ୍ୟବସାୟ କରିବା ସହ ଏହି ଘୃଣ୍ୟକାର୍ଯ୍ୟରେ  ନାବାଳିକାଙ୍କୁ ସାମିଲ କରିବା ଘଟଣା ପଦାକୁ ଆସିଛି ।

{"id":73634}

ଏହି ମହିଳା ନିଜ ବଡ଼ ଝିଅକୁ ଆଗରୁ ଏହି କାମରେ ନିୟୋଜିତ ମଧ୍ୟ କରିଥିଲା । ମାଆ-ଝିଅ ଏହି ଦେହ ବେପାର କାମରେ ଅନେକ ଦିନ ହେବ ଲିପ୍ତ ତିବା କଥା ପୀଡ଼ିତା କହିଛନ୍ତି ।  ନାବଳିକା ପୀଡ଼ିତାଙ୍କୁ ଦେଢ଼ବର୍ଷ ହେବ  ଏହି କାମରେ ଜବରଦସ୍ତ ଭାବେ କାମରେ ଲଗାଇଥିଲେ । ପ୍ରଥମେ ନିଜର କିଛି ସଂପର୍କୀୟମାନଙ୍କ ସହ ଏହିକାମ କରିବାକୁ ବାଧ୍ୟ କରୁଥିଲେ । କିନ୍ତୁ ପରେ ପରେ ଅନ୍ୟ ଗରାଖମାନଙ୍କୁ ପଇସା ବଦଳରେ ସନ୍ତୁଷ୍ଟ କରିବାକୁ ପଡ଼େ ବୋଲି ନାବାଳିକା ପୋଲିସ ଆଗରେ ପ୍ରକାଶ କରିଛି ।

ନାବାଳିକାକୁ ବାଧ୍ୟକରି ଦେହ ବ୍ୟବସାୟ ପାଇଁ ବିଭିନ୍ନ ହୋଟେଲକୁ ତା ମାଆ ଓ ଭଉଣୀ ପଠାଉଥିଲେ ।  ନିକଟରେ ଜଣେ ଗରାଖଙ୍କ ଠାରୁ ୬୦୦୦ ଟଂକା ଆଣି ହୋଟେଲରେ ରାତି ବିତାଇବାକୁ ବାଧ୍ୟ କରିଥିଲେ ।

ପୀଡ଼ିତାଙ୍କୁ ପ୍ରତ୍ୟେକଦିନ ଏହି କାମରେ ଲଗାଇବା କାରଣରୁ ଶାରୀରିକ ଅସୁସ୍ଥ ଅନୁଭବ କରୁଥିଲେ । କିନ୍ତୁ ମାଆଙ୍କୁ ଏହି କଥା କହିବା ପରେ ବି ଜମା ଏହିକାମରୁ ଛାଡ଼ୁ ନ ଥିଲେ ।

ପୀଡ଼ିତା ଦିନେ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ମହିଳା ହେଲ୍ପଲାଇନ ନମ୍ବର ଆଣି ଫୋନ କରିଥିଲା । ମହିଳା ହେଲ୍ପଲାଇନ ୧୦୯୧ ଫୋନ କରିବା ପରେ ମହିଳା ଅଧ୍ୟକ୍ଷା ଉଦ୍ଧାର କରି ଥାନାରେ ଜଣାଇଥିଲେ । ଥାନାରେ ମାମଲା ରୁଜୁ କରି ସୁଧାର ଗୃହକୁ ନାବାଳିକାକୁ ପଠାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.