Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପୁଣି ଥରେ ବଧୂ ହତ୍ୟା, କିରୋସିନ ଢାଳି ନିଆ ଲଗାଇ ପୋଡି ମାରିଦେଇଥିବା ଅଭିଯୋଗ

8/07/2022 at 10:50 PM

ମାହାଙ୍ଗା:  ମାହାଙ୍ଗାରେ ପୁଣି ଅଭାବନୀୟ ଘଟଣା। ପୁଣି ଥରେ ବଧୂ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଶାଶୂଘରେ ଦେହରେ କିରୋସିନ ଲଗେଇ ପୋଡିହୋଇ ପ୍ରାଣ ହରାଇଲେ ମହିଳା। ବାପଘର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ରାମକାପୁର ଗାଁରେ। ମୃତା ମହିଳା ହେଲେ ରଶ୍ମିତା ବେହେରା।

ଜଗତପୁର ଥାନା ବଡ଼ଭିମରାଜପୁର ଗାଁର ରଶ୍ମିତା  ଦେଢ଼ବର୍ଷ ପୂର୍ବେ ରାମକାପୁର ଗାଁର ବସନ୍ତ ବେହେରାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବହୁ ସୁନାରୁପା ଅଳଙ୍କାର ସହ ଆସବାବପତ୍ର ଦେଇଥିଲେ ତେବେ  ଦୀର୍ଘଦିନ ଧରି ଆହୁରି ଅଧିକ ୬୦ ହଜାର ଟଙ୍କା ଯୌତୁକ ଦାବି କରିଆସୁଥିଲେ ଶାଶୂଘର ଲୋକେ। ଯୌତୁକ ଦେବାକୁ ଅସମର୍ଥ ହେବାରୁ ଝିଅକୁ ଜ୍ଵାଇଁ  ସମେତ ପରିବାର ଲୋକେ ଅକଥନୀୟ ଅତ୍ୟାଚାର କରୁଥିଲେ ।ଶେଷରେ ତାକୁ କିରୋସିନ ଢାଳି ନିଆ ଲଗାଇ ପୋଡି ମାରିଦେଇଥିବା ଝିଅର ବାପଘର ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ମୃତା ରଶ୍ମିତାଙ୍କ ଶାଶୁ। ଏହି ଘଟଣାରେ ମାହାଙ୍ଗା ପୋଲିସ ଜ୍ଵାଇଁ ବସନ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏପଟେ ପୋଲିସ ଏହି ଘଟଣାର ସଠିକ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

   Related Posts