ବୋହୂ ମାଡରେ ଶାଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ଵାମୀ

Published By : Prameya-News7 Bureau | May 21, 2023 IST

ବାରିପଦା: ବୋହୁ ଧକ୍କାରେ ଶାଶୁ ମୃତ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଜମ୍ଭୀରା ଫାଣ୍ଡିର ପୋଡାଡିହା ଗ୍ରାମରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି ଯାଇଛି।

ଝଗଡାକୁ କେନ୍ଦ୍ର କରି ବୋହୂ ସଙ୍ଗୀତା ଶାଶୁଙ୍କୁ ଧକ୍କା ଦେଇ ହାତ ମୋଡ଼ି ଦେଇ ମାଡ ମାରିଥିଲେ। ଫଳରେ ଶାଶୁ ତଳେ ପଡି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପିଆରଏମରେ ଭର୍ତ୍ତି କରା ଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ମଧ୍ୟ ବୋହୂ ସଙ୍ଗୀତା ବାପା ଏବଂ ମାଆଙ୍କ ସହିତ ଝଗଡା ଲାଗୁଥିଲେ ବୋଲି ତାଙ୍କ ସ୍ଵାମୀ ସୁମିତ୍ର କର ଅଭିଯୋଗ କରିଛନ୍ତି। ଏନେଇ ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଫାଣ୍ଡିରେ ୬୦/୨୩ ରେ ମାମଲା ରୁଜୁ ହୋଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.