ବୋହୂର ଅମାନୁଷିକ କାଣ୍ଡ : ବୃଦ୍ଧା ଶାଶୁକୁ ପଥରରେ ଛେଚିଥିବା ଅଭିଯୋଗ
9/02/2020 at 11:18 AM

ଆନନ୍ଦପୁର ୯।୨: ସମ୍ପତ୍ତି ବିବାଦକୁ କେନ୍ଦ୍ରକରି ଶାଶୁକୁ ଅମାନୁଷିକ ଭାବେ ପିଟିବା ସହ ପଥରରେ ମୁହଁକୁ ଛେଚି ଦେଇଛି ବୋହୂ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ନୂଆଁ ରମ୍ପାସ ଗାଁରୁ । ପୀଡିତା ଶାଶୁଙ୍କର ୩-୪ଟି ଦାନ୍ତ ଭାଙ୍ଗି ଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କ ସାନ ବୋହୁ ପୂର୍ବ ବିବାଦକୁ କେନ୍ଦ୍ରକରି ପ୍ରଥମେ ତାଙ୍କୁ ଗାଳି ଗୁଲଜ କରିଥିଲେ । ପରେ ଶାଶୁକୁ ଗଡାଇ ତଡାଇ ମାଡ ମାରିବା ସହ ପଥରରେ ମୁହଁକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି ।
ପରିବାର ଲୋକେ ପାଟିଶୁଣି ସେଠାରୁ ତାଙ୍କୁ ଉଦ୍ଧାର କରିବା ପରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023