କେତେ କୁତ୍ସିତ ! ଚଉଠି ରାତି ପୂର୍ବରୁ ନବବଧୂର କୁମାରୀତ୍ବ ଯାଞ୍ଚ କରିଥିଲା ଶାଶୁ , ପରେ ଦେଢ଼ଶୁର କରିଥିଲା ଦୁଷ୍କର୍ମ

Published By : Prameya-News7 Bureau | March 06, 2020 IST

ଇନ୍ଦୋର ୬/୩: ପୁରୁଣାକାଳିଆ ଚିନ୍ତାଧାରା ରଖୁଥିବା ଏକ ପରିବାର ନିଜ ବହୂଙ୍କ ସହ ବିଚିତ୍ର ଆଚରଣ କରିଛନ୍ତି। ଚଉଠି ରାତି ପୂର୍ବରୁ ଜଣେ ଶାଶୁ ତାଙ୍କ ବହୂଙ୍କ କୁମାରୀତ୍ବ ଯାଞ୍ଚ କରିଛନ୍ତି। ଏହାର କିଛି ଦିନ ପରେ ନବବଧୂଙ୍କ ଦେଢ଼ଶୁର ତାଙ୍କୁ ଦୁଷ୍କର୍ମ କରିଛି। ଏପରି ଲଜ୍ଜାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।

ଇନ୍ଦୋରର ଦ୍ବାରକାପୁରୀ ଥାନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଇଞ୍ଜିନିୟରିଂ କରିଥିବା ଜଣେ ବହୂ ଅଭିଯୋଗ କରିଛନ୍ତି ଯେ ସାଢ଼େ ୩ବର୍ଷ ତଳେ ଚଉଠିରେ ଶାଶୁ ତାଙ୍କ ଭର୍ଜିନିଟି ଯାଞ୍ଚ କରିବା ପାଇଁ ତାଙ୍କ ସହ ଅସଦାଚରଣ କରିଥିଲେ। ଏହାର କିଛି ଦିନ ପରେ ତାଙ୍କ ଦେଢ଼ଶୁର ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣାରେ ମର୍ମାହତ ହୋଇ ସେ ଅଢ଼େଇ ବର୍ଷ ବାପଘରେ ରହିଥିଲେ। ସେ କିଛି ଦିନ ତଳେ ସ୍ବାମୀ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗରେ ତାଙ୍କ ଶାଶୁ,ଶ୍ବଶୁର,ସ୍ବାମୀ ଏବଂ ଦେଢ଼ଶୁରଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି। ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି।

ପୀଡ଼ିତା ମହିଳା କହିବା ଅନୁସାରେ ତାଙ୍କ ବିବାହ ୨୦୧୭ମସିହା ମେ ମାସରେ ହୋଇଥିଲା। ଚଉଠି ଦିନ ଶାଶୁ,ନଣନ୍ଦ,ଶ୍ବଶୁର,ସ୍ବାମୀ ଏବଂଦେଢ଼ଶୁର ଆସିଥିଲେ। ଶାଶୁ ତାଙ୍କୁ ହଠାତ୍ ବାଥରୁମକୁ ନେଇଯାଇଥିଲେ ଏବଂ କୁମାରୀତ୍ବ ପରୀକ୍ଷା କରିବା କଥା କହିଥିଲେ। ମହିଳା ଏହାର ବିରୋଧ କରିବାରୁ ସ୍ବାମୀ ଗାଳି କରି କହିଥିଲେ-ତାଙ୍କ ଘର ଲୋକେ ପୁରୁଣା ଚିନ୍ତାଧାରାର ସେଥିପାଇଁ ଏପରି କରିବାକୁ ପଡ଼ିବ।

କିଛି ଦିନ ପରେ ଦେଢ଼ଶୁରର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ଥରେ ସୁଯୋଗ ପାଇ ଦେଢ଼ଶୁର ତାଙ୍କୁ ଦୁଷ୍କର୍ମ କରିଥିଲା। ମହିଳା ତାଙ୍କ ଶାଶୁ ଏବଂ ସ୍ବାମୀଙ୍କୁ ଘଟଣା ବିଷୟରେ କହିବାରୁ ସେମାନେ ଏହାକୁ ନଜରଅନ୍ଦାଜ କରିଥିଲେ। କିଛି ଦିନ ପରେ ସ୍ବାମୀ ତାଙ୍କୁ ବସରେ ବସାଇ ବାପଘରକୁ ପଠାଇ ଦେଇଥିଲେ। ଅଢ଼େଇ ବର୍ଷ ଯାଏଁ ମହିଳା ବାପଘରେ ରହିଥିଲେ। ଏବେ ମହିଳା ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.