WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାଶୁ-ବୋହୂ ମହାଭାରତ, ଶାଶୁର ଚୁଟି ଘୋଷାଡ଼ି ଗଡ଼ାଇ ତଡ଼ାଇ ମାରିଲା ବୋହୂ, ଭାଇରାଲ ହେଉଛି ଭିଡିଓ

16/07/2021 at 2:23 PM

ବଲାଙ୍ଗିର ୧୬/୦୭: ପୁଅ ଚାଲିଯିବା ପରେ ନିଜ ଶାଶୁ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛି ବୋହୁ । ଥରେ କି ଦୁଇ ଥର ନୁହେଁ ଦୀର୍ଘ ଦେଢ଼ ବର୍ଷ ହେଲା ବୋହୁଜଣକ ନିଜ ବୃଦ୍ଧା ଶାଶୁକୁ ମାଡ଼ ମାରୁଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷେ ନ୍ୟାୟ ଆଶାରେ ବୃଦ୍ଧା ଏବଂ ତାଙ୍କ ମଝିଆଁ ପୁଅ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏନେଇ ପୋଲିସ୍‌କୁ ଜଣାଇଥିଲେ ହେଁ ଅଭିଯୋଗ ରଖିବାକୁ ମନା କରିଦେଇଥିବା ବୃଦ୍ଧା କହିଛନ୍ତି । ବଲାଙ୍ଗିର ସହରର ବରପାଲିପଡ଼ାରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି । ସୂଚନା ଅନୁସାରେ ବରପାଲିପଡ଼ାର ସାବିତ୍ରୀ ରାଉତ, ବଡ଼ ପୁଅର ମୃତ୍ୟୁ ପରେ ବୋହୁ ପାଖରେ ରହୁଥିଲେ । କିନ୍ତୁ ସବୁ ସମୟରେ ବୋହୁ ମଂଜୁଲତା ହଠାତ ସାବିତ୍ରୀଙ୍କ ଉପରେ ଆକ୍ରମଣ କରି ଘର ଛାଡିବାକୁ କହୁଛନ୍ତି ।

କେବଳ ଏତିକି ନୁହେଁ, ବୋହୁ ମଂଜୁଲତା କେତେକ ସହଯୋଗୀ ମହିଳାଙ୍କୁ ଗୁଣ୍ଡା ଭାବରେ ଆଣି ଶାଶୁ ସାବିତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ମଂଜୁଲତା ଶାଶୁଙ୍କୁ ଘୋଷାଡି ଘୋଷାଡି ନିସ୍ତୁକ ମାଡ଼ ମାରୁଥିବା ବେଳେ ମୁକୁଳିବାକୁ ଚେଷ୍ଟା କରି ବି ବୃଦ୍ଧା ସାବିତ୍ରୀ ସଫଳ ପାରୁନାହାନ୍ତି । ବୋହୂର ନିର୍ଯାତନା ନେଇ ଶାଶୁ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରଇଥିଲେ । ତେବେ ବୃଦ୍ଧାଙ୍କ ଅଭିଯୋଗ ପୋଲିସ ରଖିନଥିବାରୁ ନ୍ୟାୟ ଲାଗି ସେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଛନ୍ତି।

   Related Posts