ସୋସିଆଲ ମିଡିଆର କମାଲ୍ : ବାକ୍‌ଶକ୍ତି ନଥିବା ହଜିଲା ପୁଅକୁ ଫେରିପାଇଲା ମା'…

Published By : Prameya-News7 Bureau | July 31, 2019 IST

ବରଗଡ ୩୧|୭: ସୋସିଆଲ ମିଡିଆର ନକରାତ୍ମକ ଦିଗ ଉପରେ ଏବେ ବହୁ ବିତର୍କ ହେଉଛି । ହେଲେ ଏହି ସୋସିଆଲ ମିଡିଆ ପରସ୍ପରଠୁ ଅଲଗା ହୋଇଯାଇଥିବା ମା ଓ ପୁଅଙ୍କୁ ଏକାଠି କରିପାରିଛି । କନ୍ଧମାଳ ଜିଲ୍ଳାର କୋଟଗଡରୁ ନିଖୋଜ ହୋଇଥିବା ୧୧ବର୍ଷ ବୟସ୍କ ବାଳକ ପୃଥ୍ବୀରାଜଙ୍କ ବାକ୍‌ଶକ୍ତି ନାହିଁ । ହେଲେ ସୋସିଆଲ ମିଡିଆ ଯୋଗୁଁ ସେ ଏବେ ନିଜ ମା କୋଳକୁ ଫେରିଛନ୍ତି ।

{"id":139200}

ସୂଚନାଯୋଗ୍ୟ ଯେ, ବରଗଡ ଆରପିଏଫ ଗତ ୨୭ତାରିଖରେ ବରଗଡ ରେଳଷ୍ଟେସନରୁ ଏହି ଅପରିଚିତ ବାଳକଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲା । ଶିଶୁଟି କିଛି କହି ପାରୁନଥିବାରୁ ତାଙ୍କ ଠିକଣା ସଂପର୍କରେ କେହି କିଛି ଜାଣିବା ସମ୍ଭବ ନଥିଲା ।

{"id":139199}

ହଲେ ସାମ୍ବାଦିକଙ୍କ ଜରିଆରେ ଓ ବିଭିନ୍ନ ସୋସିଆଲ ମିଡିଆରେ ବାଳକଙ୍କ ଫଟୋକୁ ପ୍ରକାଶ କରିବାପରେ ଏଥିରୁ ଖବର ପାଇ ମା ପ୍ରଭାସିନୀ ବରଗଡ ପହଞ୍ଚିଥିଲେ । ଶିଶୁକୁ ପାଇବା ପରେ ତାଙ୍କ ଆଖିରୁ ଝରି ପଡିଥିଲା ଲୁହ ।

{"id":139201}

ଖବର ନେବାରେ ଜଣାପଡିଛି ଯେ, ପୃଥ୍ବୀରାଜଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ମା ପରିବାର ପ୍ରତିପୋଷଣ କରୁଛନ୍ତି । ଗାଁରୁ ବାହାରିଥିବା ବୋଲବମ୍ ଭକ୍ତଙ୍କ ସହ ପୃଥ୍ବୀରାଜ ମଧ୍ୟ ବାହାରିଥିଲେ । ହେଲେ ସେ ନିଖୋଜ ହୋଇଯାଇଥିଲେ । କେଉଁଠାରୁ ଟ୍ରେନରେ ଆସି ବରଗଡରେ ପହଞ୍ଚିବାପରେ ଷ୍ଟେସନରେ ସାହାର୍ଯ୍ୟ ଅପେକ୍ଷାରେ ବସି ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.