ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୪ ବର୍ଷ ପିଲାର ବାପା ଆଇଏଏସ ଅଫିସର ନା ପୂର୍ବତନ ବିଧାୟକ ? ଡିଏନଏ ଯାଞ୍ଚ କରାଇବାକୁ ହାଇକୋର୍ଟରେ ଦାବି

30/09/2022 at 9:35 PM

ପାଟନା: ଚାରି ବର୍ଷ ସନ୍ତାନର ବାପା କିଏ। ଆଇଏଏସ ନା ପୂର୍ବତନ ବିଧାୟକ। ଏହା ଜାଣିବା ଲାଗି ଡିଏନଏ ଯାଞ୍ଚ କରାଇବା ଦାବିରେ ପାଟନା ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଜଣେ ମହିଳା। ଆବେଦନ କରି ଦାବି କରିଛନ୍ତି ଯେ, ଜଣେ ବରିଷ୍ଠ ଆଇଏଏସ ଅଫିସର ଏବଂ ମହାମେଣ୍ଟର କ୍ଷମତାସୀନ ଦଳର ଜଣେ ପୂର୍ବତନ ବିଧାୟକଙ୍କ ଡିଏନଏ ଯାଞ୍ଚ କରାଇବାକୁ ସେ ହାଇକୋର୍ଟରେ ଗୁହାରି କରିଛନ୍ତି। ଯଦ୍ଵାରା ଜଣା ପଡିବ ଯେ, ଚାରି ବର୍ଷ ସନ୍ତାନର ବାପା କିଏ।

ମହିଳା ଅଭିଯୋଗ କରିଛନ୍ତି ଯେ, ଉଭୟ ତାଙ୍କ ସହିତ ଦୀର୍ଘ ସମୟ ଧରି ଦୁଷ୍କର୍ମ କରି ଆସିଛନ୍ତି। ଏଥିରୁ ହିଁ ଶିଶୁଟି ଜନ୍ମ ହୋଇଛି। ମାତ୍ର ଉଭୟ ଆଇଏଏସ ଏବଂ  ପୂର୍ବତନ ବିଧାୟକ ପିଲାକୁ ଆପଣେଇବାକୁ ମନା କରି ଦେଇଛନ୍ତି। ତେଣୁ ହାଇକୋର୍ଟ ସ୍ଥିର କରନ୍ତୁ ଯେ, ପିଲାର ବାପା କିଏ ଏବଂ ଦୁଇ ଜଣଙ୍କ ଡିଏନଏ ଯାଞ୍ଚ କରାଇବାକୁ ଆଦେଶ ଦିଅନ୍ତୁ। ପୀଡିତ ମହିଳାଙ୍କ ପକ୍ଷରୁ ଆଡଭୋକେଟ୍ ରଞ୍ଜନ କୁମାର ଶର୍ମା ହାଇକୋର୍ଟରେ ଅପରାଧିକ ରିଟ୍ ଯାଚିକା ଦାୟର କରିଛନ୍ତି।

ଆବେଦନରେ କୁହାଯାଇଛି,  ରାଜ୍ୟ ମହିଳା ଆୟୋଗର ସଦସ୍ୟ କରାଇବା ପ୍ରଲୋଭନ ଦେଇ ମହିଳାଙ୍କ ସହିତ ପୂର୍ବତନ ବିଧାୟକ ଦୁଷ୍କର୍ମ କରିଛନ୍ତି। ପରେ ପୂର୍ବତନ ବିଧାୟକଙ୍କ ସହିତ ଆଇଏଏସ ଅଧିକାରୀ ମଧ୍ୟ ତାଙ୍କର ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମର ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ୍ କରିବା ଧମକ ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖାଗଲା। ଏଥିରେ ମହିଳା ଗର୍ଭବତୀ ହୋଇଗଲେ  ଏବଂ ଶିଶୁ ପୁତ୍ରଟିଏ ଜନ୍ମ ଦେଇଛନ୍ତି। ପିଲାର ବାପା ସେ ନୁହନ୍ତି ବୋଲି ପୂର୍ବତନ ବିଧାୟକ ରୋକ୍ ଠୋକ୍‌ ମନା କରି ଦେଇଥିବା ବେଳେ ସେପଟେ ଆଇଏଏସ ଅଧିକାରୀ ମହିଳାଙ୍କ ସହ କଥା ହେବା ବନ୍ଦ କରି ଦେଇଥିବା ଆବେଦନରେ ଉଲ୍ଲେଖ ରହିଛି।

   Related Posts