ଜାହାଜର ଭଙ୍ଗା ଅଂଶରେ ଦୁଇ ଛୁଆଙ୍କୁ ଧରି ସମୁଦ୍ରରେ ଭାସିଲେ ୪ ଦିନ, ନିଜ ପରିସ୍ରା ପିଇ ପିଲାଙ୍କୁ ସ୍ତନ୍ୟପାନ କରାଉଥିଲେ ମା’

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮/୦୯:  ଜଣେ ମା’ ତାର ପିଲା ପାଇଁ ପ୍ରତ୍ୟେକ ସୀମା ପାର କରିଯାଏ। ଏପରି ଜଣେ ଆମେରିକାର ମା’ କରି ଦେଖାଇଛନ୍ତି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ରେ, ଏକ ଜାହାଜ ଭେନେଜୁଏଲାରୁ ଲା ଟର୍ଟୁଗା ଯାଉଥିଲା, ଯେଉଁଥିରେ ୯ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ମାରିଲି ଚାକନ୍ ନାମକ ୪୦ ବର୍ଷ ବୟସ୍କା ମହିଳା, ତାଙ୍କ ସ୍ୱାମୀ, ୬ ବର୍ଷର ପୁଅ ଏବଂ ଏବଂ ୨ ବିର୍ଷର ଝିଅ ଥିଲେ। ଏମାନଙ୍କ ବ୍ୟତୀତ ଜାହାଜରେ ୨୫ ବର୍ଷୀୟ ଯୁବତୀ ଭେରୋନିକା ମାର୍ଟିନେଜ୍ ମଧ୍ୟ ଉପସ୍ଥିତ ଥିଲେ । ଯିଏକି ମାରିଲଙ୍କ ଦୁଇ ପିଲାଙ୍କ କେୟାରଟେକର୍ ଥିଲେ। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ କାରିବିଆନ୍ ଅଞ୍ଚଳରେ ତାଙ୍କ ସହ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା ​​ଏବଂ ପ୍ରବଳ ଲହରୀକୁ ଧକ୍କା ଦେବା ପରେ ତାଙ୍କ ଜାହାଜଟି ଭାଙ୍ଗି ଯାଇଥିଲା।

{"width":629,"height":424}

ଜାହାଜରେ ଥିବା ଲୋକମାନେ ସମୁଦ୍ରରେ ବୁଡ଼ିବାକୁ ଲାଗିଲେ। ଏହି ସମୟରେ ଜାହାଜର କିଛି ଅଂଶ ଏବଂ ଫ୍ରିଜ୍ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାରେ ମାରିଲି ତାଙ୍କର ଦୁଇ ପିଲା ଏବଂ କେୟାର ଟେକର୍ ବଞ୍ଚି ଯାଇଥିଲେ। ମାରିଲି ଦୁଇ ପିଲାଙ୍କୁ ଜାହାଜର ଭଙ୍ଗା ଅଂଶରେ ରଖି ନିଜେ ପାଣିରେ ଭାସିବାକୁ ଲାଗିଲେ,କିନ୍ତୁ ପରେ ଭୋକ ତାଙ୍କର ଶତ୍ରୁ ହେବାରେ ଲାଗିଲା। ସମୁଦ୍ର ମଝିରେ ଖାଦ୍ୟ ପାଇବା ଅସମ୍ଭବ ଥିଲା। କିନ୍ତୁ ଜଣେ ମା କୌଣସି ମୂଲ୍ୟରେ ନିଜ ପିଲାମାନଙ୍କୁ ହରାଇବାକୁ ଚାହୁଁନଥିଲେ। ତେଣୁ ଜୀବନ ବଞ୍ଚାଇବାକୁ, ମାରିଲି ନିଜର ପରିସ୍ରା ପିଇବା ଆରମ୍ଭ କଲେ ଯେପରି ତାଙ୍କ ଭିତରେ ଜଳର ଅଭାବ ନହେବ ଏବଂ ସେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଇପାରିବେ।

ଏହା ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଚାଲିଲା ​​। ୪ ଦିନ ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ବେଳକୁ ମାଆ ପ୍ରାଣ ହରାଇ ସାରିଥିଲେ। କିନ୍ତୁ ପିଲାମାନେ ଏବଂ ସେମାନଙ୍କର କେୟାର ଟେକର ମଧ୍ୟ ଜୀବିତ ଥିଲେ ଯାହାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଉଦ୍ଧାରକାରୀ ଦଳ କହିଛନ୍ତି ଯେ ସେମାନଙ୍କ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଡିହାଇଡ୍ରେସନ୍ ହେତୁ ମାଆ ପ୍ରାଣ ହରାଇଥିଲେ। ପ୍ରବଳ ଉତ୍ତାପରେ ପିଲାମାନେ ଏବଂ କେୟାର ଟେକର ମଧ୍ୟ ଡିହାଇଡ୍ରେସନ୍ ହୋଇଯାଇଥିଲେ ଏବଂ ସୂର୍ଯ୍ୟଙ୍କ କାରଣରୁ ସେମାନଙ୍କ ଶରୀର ମଧ୍ୟ ଜଳି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.