ଛୁଆଙ୍କ ପାଇଁ ନାଗ ସହ ଲଢ଼ିଲା ମା କୁକୁର; ତଥାପି ମରିଗଲେ ୨ ଛୁଆ, ଦୁଃଖରେ ଲୁହ ଗଡାଉଛି ମା.....ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 19, 2018 IST

ଭଦ୍ରକ ୧୯/୯ : ସାପ-କୁକୁର ଲଢ଼େଇ । ନିଜ ଛୁଆଙ୍କୁ ରକ୍ଷା କରିବାକୁ ଯାଇ ଜୀବନକୁ ବାଜି ଲଗାଇ ସାପ ସହ ଲଢେଇ କଲା ମାଆ କୁକୁର । ମାଆ କୁକୁର ଯେତେ ହିଂସ୍ର ହେଉଥାଏ, ସାପ ସେତେ ଉଗ୍ର ହେଉଥାଏ । ଗୋଟେ ଗୋଟେ ଚୋଟରେ ଦୁଇଟା ଛୁଆ ନିସ୍ତେଜ ହୋଇଗଲେ । ଅନ୍ୟ ୫ଟି ଛୁଆଙ୍କୁ ମାଆ କୁକୁରଟି ବଞ୍ଚାଇଲା । ହେଲେ କାଲିଠାରୁ ତା ଆଖିରୁ ଲୁହ ଶୁଖୁନି, ଏଯାଏଁ କିଛି ଖାଇନି ମାଆ କୁକୁରଟି । ଚାଲିଛି ସାପ-କୁକୁର ଲଢ଼େଇ । ଛୁଆଙ୍କୁ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ମାଆ କୁକୁର । ଆଉ ସାପ, ଫଁ ଫଁ କରି ଚୋଟ ମାରିବାକୁ ଉଦ୍ୟତ ହେଉଛି । ଦୁଇଟା ଛୁଆଙ୍କୁ ମାରି ସାରିଲାଣି । ପୁଣି ମାଆ କୁକୁର ମୁହଁକୁ ଚୋଟ ମାରିବାକୁ ଫଣା ଟେକି ଘନ ଘନ ଉଦ୍ୟମ ଚଳାଇଛି । ଭଦ୍ରକ ସାତ ଭଉଣୀ ଅଞ୍ଚଳର ଅଧ୍ୟାପକ ବିଜୟ ପରିଡ଼ାଙ୍କ ଘରେ ଗତରାତିରେ ଏମିତି ଚାଲିଥିଲା ସାପ-କୁକୁର ଲଢ଼େଇ । ଶିଡ଼ି ତଳେ ୭ଟି ଛୁଆ ଜନ୍ମ ଦେଇଥିଲା କୁକୁରଟି । କିନ୍ତୁ ଗତରାତିରେ ଗୋଟେ ତମ୍ପ ସାପ ପଶିଗଲା । ମାଆ କୁକୁରଟି ଯେତେ ଭୁକାଭୁକି କରି ସାପଟିକୁ ତଡ଼ିଦେବାକୁ ଚେଷ୍ଟା କରୁଥାଏ, ସାପଟି ସେତେ ଉଗ୍ର ହେଉଥାଏ । ଗୋଟେ ଗୋଟେ ଚୋଟରେ ଦୁଇଟି ଛୁଆ ନିସ୍ତେଜ ହୋଇଗଲେ । ଆଉ ଖବର ପାଇ ଘଟଣାସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଆଖି ଫିଟି ନଥିବା ୭ଟି ଛୁଆରୁ ୨ଟି ଛୁଆ ମରିଗଲେ । ଭୁକାଭୁକି କରି ମାଆ କୁକୁର ୫ଟି ଛୁଆ ବଞ୍ଚାଇଲା । ହେଲେ ସେ ଦୁଇଟି ଛୁଆକୁ ଭୁଲିପାରୁନି । ମାଲିକ ଦୁଆର ମୁହଁରେ ବସି ଆଖିରୁ ଲୁହ ଝରାଉଛି । ଯେତେ ଖାଇବାକୁ ଦେଲେ ବି ଖାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.