Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପୁଅ ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟୁଥିଲେ, ଦୁର୍ଘଟଣାରେ ଚାଲିଗଲା ମାଆର ଜୀବନ

5/02/2023 at 8:37 PM

ଦେବଗଡ: ପୁଅ ବାହାଘର ପାଇଁ କାର୍ଡ ଧରି ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ମାଆର ଜୀବନ ଚାଲିଗଲା। ରବିବାର  ୪୯ ନମ୍ବର ଜାତୀୟ ରାଜପଥର କଂସର ଛକ ନିକଟରେ ମଟରସାଇକଲ ଦୁର୍ଘଟଣାରେ ଜଣେ ମହିଳାଙ୍କ  ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ହୋଇଛନ୍ତି। ମୃତକ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପୁଡାପଡା ଗ୍ରାମର ସୌରେନ୍ଦ୍ରୀ ଭଇଁଷା।

ସୂଚନା ଅନୁଯାୟୀ, ମୃତ ସୌରେନ୍ଦ୍ରୀ  ବଡ ପୁଅ ବାହାଘର କାର୍ଡ ବାଣ୍ଟିବା ପାଇଁ ସାନ ପୁଅ ବାଳକୃଷ୍ଣ ଭଇଁଷାଙ୍କ  ସହ ମଟରସାଇକଲ ଯୋଗେ ଯାଉଥିବା ବେଳେ ଏହି  ଦୁର୍ଘଟଣା ଘଟିଛି । ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କଂସର ଛକ ନିକଟରେ ଗାଡ଼ି ସାମନାକୁ ଏକ ବଳଦ ଚାଲିଆସିବାରୁ ଭାରସାମ୍ୟ ହରାଇ ସେମାନେ  ବଳଦ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାପରେ ସୌରେନ୍ଦ୍ରୀଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଦୁର୍ଘଟଣାରେ ପୁଅ ବାଳକୃଷ୍ଣ ଆହତ ହୋଇଛନ୍ତି।

   Related Posts