ଟ୍ରକ ଧକ୍କାରେ ମା ଓ ଝିଅ ମୃତ, ବାପା ଗୁରୁତର

Published By : Prameya-News7 Bureau | July 03, 2018 IST

ଆସିକା ମୁକୁନ୍ଦପୁର ଛକରେ ଦୁର୍ଘଟଣା ହୋଇଛି | ଟ୍ରକ ଧକ୍କା ଦେବାରୁ ମା ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି | ମୃତ ହେଲେ ଜି.କୁନ୍ତୁଳି ରେଡ୍ଡି ଓ ନିକିତା ରେଡ୍ଡି | ଗୁରୁତର ଅବସ୍ଥାରେ ଜି. ସାରକିଲ୍ ରେଡ୍ଡିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି | ସେମାନଙ୍କ ଘର ଆସିକା ନିକଟ ମାଗୁରା ଗାଁରେ | ଦୁର୍ଘଟଣା ଯୋଗୁଁ ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଆସିକା- ଭୁବନେଶ୍ବର ରାସ୍ତା ଅବରୋଧ କରିଛନ୍ତି |ଦୁର୍ଘଟଣା ପରେ ଟ୍ରକ ନେଇ ଡ୍ରାଇଭର ଫେରାର ହୋଇଯାଇଛି | ଘଟଣାସ୍ଥଳରେ ପହଞ୍ଚି ଆସିକା ପୋଲିସ ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.