ମା’ ସାଜିଲା ରାକ୍ଷସୀ, ୧୪ ମାସର ଶିଶୁ ପୁତ୍ରର ଗୋଡ ହାତ ବାନ୍ଧି ମାରିଲା ମାଡ !

Published By : Prameya-News7 Bureau | August 16, 2020 IST

କୋଣାର୍କ ୧୬।୮: ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଶୋରଭା ପଞ୍ଚାୟତର ପାଇକସାହି ଗ୍ରାମରେ ଜଣେ ମା’ ତାର ୧୪ ମାସର ଶିଶୁ ପୁତ୍ରକୁ ଗୋଡ ହାତ ବାନ୍ଧି ମାଡ ମାରିବା ଭଳି ଏକ ଲୋମଟାଙ୍କୁରା ଦୃଶ୍ୟ । ଭାଇରାଲ୍ ହୋଇଛି । ଏଭଳି ଏକ ଭାଇରାଲ ଦୃଶ୍ୟକୁ ଏବେ ଏହି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ପାଇକ ସାହି ଗ୍ରାମର ଚକ୍ରଧର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବର ବ୍ୟବସାୟ କରୁଥିବା ବେଳେ ଅଧିକାଂଶ ସମୟ ଘରେ ରୁହନ୍ତି ନାହିଁ । ଚକ୍ରଧରଙ୍କ ଘରେ ବୁଢ଼ା ବାପା-ମା’ ରହିବା ସହ ୧୪ ମାସର ଶିଶୁପୁତ୍ର ଓ ସ୍ତ୍ରୀ ରୁହନ୍ତି । ପୂର୍ବରୁ ଚକ୍ରଧରଙ୍କ ସ୍ତ୍ରୀ ଶାଶୁ ଶ୍ବଶୁରଙ୍କୁ ଏଭଳି ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଶେଷରେ ନିଜ ସ୍ତ୍ରୀଙ୍କ ବିରୋଧରେ ଚକ୍ରଧର କୋର୍ଟରେ ଆଶ୍ରୟ ନେବା ସହିତ ସ୍ତ୍ରୀଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ ।

କିଛି ଦିନ ତଳେ ଚକ୍ରଧର ଘରକୁ ଆସି ଏହି ସିସିଟିଭି ଫୁଟେଜ ଯାଞ୍ଚ କରିବାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ । ପରେ ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ୍ ହୋଇଥିବା ବେଳେ ଏଭଳି ଏକ ରାକ୍ଷସୀ ମା’ ତାର ୧୪ ମାସର ଶିଶୁପୁତ୍ରକୁ ମାଡ ମାରିବା ନେଇ ଅସନ୍ତୋଷ ଦେଖାଦେଇଛି । ଏଭଳି ଭାଇରାଲ୍ ଘଟଣା ସଂପର୍କରେ କୌଣସି ମତାମତ ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.