ନିଜ ଝିଅକୁ ଯୁବକମାନଙ୍କ ପାଖକୁ ପଠାଇ ବ୍ଲାକ୍‌ମେଲିଂ କରୁଥିଲା ମା’, ଗିରଫ କଲା ପୋଲିସ

Published By : Prameya-News7 Bureau | December 29, 2019 IST

ବ୍ୟାଙ୍କକ ୨୯।୧୨: ଜଣେ ମହିଳା ନିଜ ଝିଅକୁ ଏକାଧିକ ପୁରୁଷଙ୍କ ପାଖକୁ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ସଂପୃକ୍ତ ମହିଳାଙ୍କ ଝିଅ ମାନସିକ ଅନଗ୍ରସର । ସେ ପଢାଲେଖା ଜାଣିନାହାନ୍ତି । ଝିଅର ଅଜାଣତରେ ତାଙ୍କ ମା’ ତାଙ୍କର ଏକ ଡେଟିଂ ସାଇଟ୍ ରେ ଏକ ପ୍ରୋଫାଇଲ ମଧ୍ୟ ଖୋଲିଥିଲେ । ବ୍ୟାଙ୍କକର ଏଭଳି ଘଟଣା ଘଟିଛି ।

ପୋଲିସର ସୂଚନା ଅନୁସାରେ ମହିଳା ଜଣଙ୍କ ପ୍ରଥମେ ନିଜ ଝିଅକୁ ଯୁବକମାନଙ୍କ ନିକଟ଼କୁ ପଠାଇଥାନ୍ତି । ପରେ ସେହି ଯୁବକମାନଙ୍କୁ ସେ ବ୍ଲାକମେଲିଂ କରିଥାନ୍ତି । ତାଙ୍କ ଝିଅ ସହ ଯୁବକମାନେ ଦୁଷ୍କର୍ମ କରିଥିବା କହି ମହିଳା ଜଣଙ୍କ ଯୁବକମାନଙ୍କୁ ଧମକାଇଥାନ୍ତି ଏବଂ ତା ବଦଳରେ ସେ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥାନ୍ତି ।

ମହିଳା ଜଣଙ୍କ ସରକାରୀ କର୍ମଚାରୀଙ୍କ ଡ୍ରେସ୍ ପିନ୍ଧି ଯୁବକମାନଙ୍କ ନିକଟକୁ ଯାଇଥାନ୍ତି ଏବଂ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହି ଧମକ ଦେଇଥାନ୍ତି ।

ମହିଳାଙ୍କ ଏଭଳି ବ୍ଲାକମେଲିଂ ର ଶିକାର ଅନେକ ଯୁବକ ହୋଇଛନ୍ତି । ଜଣେ ଯୁବକଙ୍କ କହିବା ଅନୁସାରେ ଡେଟିଂ ଆପ୍ ଜରିଆରେ ଯୁବତୀଙ୍କ ସହ ଭେଟିବା ପରେ ନମ୍ବର ଦିଆନିଆ ହୋଇଥିଲେ । ଉଭୟ ସହମତିରେ ଭେଟିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଯୁବତୀଙ୍କୁ ଏକ ରିସୋର୍ଟରେ ଭେଟିବା ପରେ ମହିଳା ଜଣଙ୍କ ତାଙ୍କ ଘରେ ପହଞ୍ଚିଯାଇଥିଲେ । ତାଙ୍କ ଝିଅ ସହ ଶାରିରୀକ ସଂପର୍ କରିଥିବା ନେଇ ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ଏ ବାବଦକୁ ୬ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ପରେ ମହିଳା ଜଣଙ୍କ ଯୁବକଙ୍କଠାରୁ ୬ଲକ୍ଷ ଟଙ୍କା ନେଇଯାଇଥିଲେ । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ମହିଳାଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.