ଛତିଶଗଡରୁ ଉଦ୍ଧାର ହେଲେ ବାଲିଚନ୍ଦ୍ରପୁରରୁ ନିଖୋଜ ମାଆ-ପୁଅ, ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ

Published By : Prameya-News7 Bureau | October 15, 2021 IST

ଚଣ୍ଡିଖୋଲ, ୧୫।୧୦ :  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା'-ପୁଅ ଛତିଶଗଡ଼ରୁ ଉଦ୍ଧାର ହୋଇଛନ୍ତି । ଗତ ୧୨ ତାରିଖରେ ଉଭୟ ବଜାର ଯାଇ ଆଉ ଘରକୁ ଫେରିନଥିଲେ ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ କୃଷ୍ଣପୁର ଶାସନ ଗ୍ରାମର ସରୋଜ ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ ମିଶ୍ର ଓ ତାଙ୍କ ୧୫ ବର୍ଷର ପୁଅ ସ୍ଥାନୀୟ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ । କିନ୍ତୁ ସେମାନେ ଆଉ ଘରକୁ ଫେରିନଥିଲେ । ମହିଳାଙ୍କ ବାପା ବହୁ ଖୋଜା ଖୋଜି ପରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତେବେ ମହିଳା ଓ ତାଙ୍କ ପୁଅକୁ ଛତିଶଗଡ଼ରୁ ଉଦ୍ଧାର କରାଯାଇଛି ।

ବାଲିଚନ୍ଦ୍ରପୁର  ପୋଲିସର ଏକ ଟିମ ଛତିଶଗଡ ଯାଇଥିବା ବେଳେ  ପରିବାର ଲୋକ ମଧ୍ୟ ମାଆ ଓ ପୁଅଙ୍କୁ ଆଣିବା ପାଇଁ ଯାଇଛନ୍ତି । ମହିଳା ଜଣକ  ମଙ୍ଗରାଜପୁର ଗ୍ରାମରେ ବିବାହ କରିଥିବା ବେଳେ ୨୦୧୩ ମସିହାରେ ତାଙ୍କ ସ୍ୱାମୀଙ୍କ ମୁତ୍ୟୁ ହୋଇଥିଲା ।  ପାରିବାରିକ ବିବାଦ ଯୋଗୁ ସେ ବାପ ଘରେ ରହି ଆସୁଥିଲେ ।

ତେବେ ଉଦ୍ଧାର ହୋଇଥିବା ମା' ପୁଅଙ୍କୁ କେହି ଲଣ୍ଡା କରିବା ସହ ତାଙ୍କ ମୁହଁରେ କଳା ବୋଳା ଯାଇଥିବା ଫଟୋରେ ଦେଖିବାକୁ ମିଳିଛି । ଉଭୟ ବାଲିଚନ୍ଦ୍ରପୁର ବଜାରରୁ କିପରି ଛତିଶଗଡ଼ ଗଲେ, କେହି ଅପହରଣ କରି ନେଇ ଥିଲେ କି. କେଉଁ କାରଣ ଯୋଗୁଁ ଏବଂ କେମିତି ସେ ଛତିଶଗଡରେ ପହଁଚିଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.