ବାଲିଚନ୍ଦ୍ରପୁରରୁ ଅପହୃତ ମା-ପୁଅ ଛତିଶଗଡରୁ ଉଦ୍ଧାର, ଅଚେତ୍ ଅବସ୍ଥାରେ ପାଇଲା ପୋଲିସ

Published By : Prameya-News7 Bureau | October 15, 2021 IST

ଚଣ୍ଡିଖୋଲ ୧୫।୧୦: ଗତ ୧୨ ତାରିଖ ସନ୍ଧ୍ୟାରେ ବାଳିଚନ୍ଦ୍ରପୁର ବଜାରରୁ ଅପହରଣର ଶିକାର ହୋଇଥିବା ମା-ପୁଅ ଛତିଶଗଡରୁ ଉଦ୍ଧର। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ ଗ୍ରାମର ସରୋଜ କୁମାର ମିଶ୍ରଙ୍କ ଝିଅ ଶୁଭ୍ରଲକ୍ଷ୍ମୀ (୩୨) ଓ ତାଙ୍କ ପୁଅ ଅଂଶୁମାନ (୧୫)ଙ୍କର ଲଣ୍ଡିତ ମସ୍ତକ ସହିତ ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରେ ଉଦ୍ଧାର କରାଯାଇଛି । ବାଳିଚନ୍ଦ୍ରପୁର ବଜାରରୁ ସେଦିନ ଏହି ମାଆ ପୁଅଙ୍କୁ କୌଣସି କାରଣରୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଏବେ ସ୍ପଷ୍ଟ ହୋଇଛି । ତେବେ ସେମାନେ ବର୍ତ୍ତମାନ ଛତିଶଗଡ଼ର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଛତିଶଗଡ଼ ପୋଲିସ ଠାରୁ ଖବର ପାଇ ବାଳିଚନ୍ଦ୍ରପୁର ଥାନା ପୋଲିସର ଏକ ଟିମ ସେଠାକୁ ଯାଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ୧୨ତାରିଖ ରାତିରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଂଚାୟତ କୃଷ୍ଣପୁର ଶାସନ ଗ୍ରାମର ସରୋଜ ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ ମିଶ୍ର ଓ ତାଙ୍କ ୧୫ ବର୍ଷର ପୁଅ ସ୍ଥାନୀୟ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ। ଏହା ପରେ ଗାଡି ସଜାଡିବାକୁ ଗ୍ୟାରେଜରେ ଦେଇ ବଜାରକୁ କିଣାକିଣି କରିବାକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିବାରୁ ଏ ନେଇ ମହିଳାଙ୍କ ବାପା ବହୁ ଖୋଜା ଖୋଜି ପରେ ଗ୍ୟାରେଜରେ ଗାଡି ଓ ମୋବାଇଲ ଥିବା ଜାଣି ବାକୁ ପାଇଥିଲେ। ପରେ ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ମହିଳା ଓ ତାଙ୍କ ପୁଅକୁ ଛତିଶଗଡ଼ ପୋଲିସ ଉଦ୍ଧାର କରିଥିବା ବେଳେ ଏ ନେଇ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇ ଥିଲେ। ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ଛତିଶଗଡ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ଯାଇଛନ୍ତି। ମହିଳା ଜଣକ  ମଙ୍ଗରାଜପୁର ଗ୍ରାମରେ ବିବାହ କରିଥିଲେ। ୨୦୧୩ ମସିହାରେ ତାଙ୍କ ସ୍ୱାମୀଙ୍କ ମୁତ୍ୟୁ ଘଟିଥିବା ବେଳେ ପାରିବାରିକ ବିବାଦ ଯୋଗୁଁ ସେ ବାପ ଘରେ ରହି ଆସୁଥିଲେ। ଉଦ୍ଧାର ହୋଇଥିବା ମା-ପୁଅଙ୍କୁ କେହି ଲଣ୍ଡା କରିବା ସହ ତାଙ୍କ ମୁହଁରେ କଳା ବୋଳା ଯାଇଥିବା ଫଟୋରେ ଦେଖିବାକୁ ମିଳିଛି।

ଏଠି ପ୍ରଶ୍ନ ଉଠୁଛି ମା-ପୁଅ ବାଲିଚନ୍ଦ୍ରପୁର ବଜାରରୁ କିପରି ଛତିଶଗଡ଼ ଗଲେ। କେହି ଅପହରଣ କରି ନେଇ ଥିଲେ କି ? କେଉଁ କାରଣ ଯୋଗୁଁ ଏବଂ କେମିତି ସେ ଛତିଶଗଡରେ ପହଁଚିଲେ ?  ତାଙ୍କର ଏଭଳି ଅବସ୍ଥା କରିଛି କିଏ ? ଏ ନେଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ବିଜୟିନୀ ମଲ କହିଛନ୍ତି, ପୋଲିସ ଟିମ ଛତିଶଗଡ ଯାଇଛନ୍ତି। ମହିଳା ଓ ତାଙ୍କ ପୁଅକୁ ଆଣିବା ପରେ ପଚରା ଉଚରା ପରେ ହିଁ ପ୍ରକୁତ ଘଟଣା ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.