ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ
10/07/2023 at 3:18 PM

ବୋରିଗୁମ୍ମା ୧୦/୦୭: ବଜ୍ରାଘାତରେ ମା ଓ ପୁଅ ମୃତ। ଏଭଳି ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ ର ଅଂଚଳା ଗାଁରେ । ମୃତ ପୁଅ ହେଉଛନ୍ତି ୨୦ ବର୍ଷୀୟ ଦୀପକ । ଯୁକ୍ତ ଦୁଇରେ ପଢୁଥିଲେ ପାଠ । ତେବେ ବାପା ଓ ମାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲା । ସେପଟେ ମାଆ ଓ ପୁଅଙ୍କ ଅକାଳ ବିୟୋଗ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଥାଉକି, ଅଂଚଳା ଗାଁର ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା ମିଶି ନିଜ ଚାଷ ଜମିରେ ଚାଷ କରୁଥିଲେ । ହଠାତ୍ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଲିଙ୍ଗରାଜ ଜମିରୁ ବାହାରି ଏକ ସୁରକ୍ଷିତ ସ୍ଥାନକୁ ଯାଇଥିଲେ । ହେଲେ ତାଙ୍କ ସ୍ତ୍ରୀ ଦୁରୂପତା ଓ ପୁଅ ଦୀପକ ଜମିରୁ ବାହାରିବା ବେଳେ ହୋଇଥିଲା ବଜ୍ରାଘାତ ।
ଉଭୟ ସ୍ତ୍ରୀ ଓ ପୁଅ ଅଚେତ ହୋଉ ଚାଷ ଜମିରେ ହିଁ ଟଳି ପଡ଼ିଥିଲେ । ତାଙ୍କୁ ସେଠାରୁ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ମେଡ଼ିକାଲରେ ଉଭୟ ମା ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଲିଙ୍ଗରାଜଙ୍କ ଆଖି ଆଗରେ ହିଁ ତାଙ୍କ ପରିବାର ଉଜୁଡି ଗଲା । ଯାହାକୁ ନେଇ ଭାଙ୍ଗି ପଢ଼ିଛନ୍ତି ଲିଙ୍ଗରାଜ ।
you can also read..