ପୁଅକୁ ପିଠିରେ ଧରି ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିଲେ ପୁନମ: ଶ୍ୱଶୁର ସାମ୍ନାରେ ଭାସିଗଲେ ବୋହୁ-ନାତି

Published By : Prameya-News7 Bureau | July 29, 2021 IST

କୁଲ୍ଲୁ ୨୯/୦୭ : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ମଣିକର୍ଣ୍ଣ ଘାଟିରେ ବ୍ରହ୍ମଗଙ୍ଗାରେ ପ୍ରବଳ ବର୍ଷା ଯୋଗୁଁ ଅଘଟଣ ଘଟିଛି। ପାର୍ବତୀ ନଦୀର ସହାୟକ ଉପନଦୀରେ ବନ୍ୟା ଯୋଗୁଁ ୪ ଜଣ ନିଖୋଜ ହୋଇଯାଇଛନ୍ତି।

ଜଣେ ମହିଳା ନିଜ ପିଲାକୁ ତାଙ୍କ ପିଠିରେ ଧରି ଜୀବନ ବିକଳରେ ଦୌଡୁଥିବାବେଳେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ଏବଂ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୫ ରୁ ୨୦ ମିନିଟ୍ ପରେ ଜଳ ପ୍ରବାହ କମିଥିଳା। ଗାଁରେ ୧୦ଟି ଘରର ତଳ ମହଲରେ ବନ୍ୟା ଆବର୍ଜନା ଭର୍ତ୍ତି ହୋଇଯାଇଛି ଓ ସବୁକିଛି ନଷ୍ଟ ହୋଇଯାଇଛି।

{"id":487603,"sizeSlug":"large","linkDestination":"none"}

ଗାଁରେ ନିଜ ଜୀବନ ବଞ୍ଚାଇବା ପାଇଁ ପୁନମ ନାମକ ଜଣେ ମହିଳା ନିଜର ୪ ବର୍ଷର ପୁଅକୁ ପିଠିରେ ଧରି ଦୌଡ଼ି ପଳାଉଥିଲେ। କିନ୍ତୁ ପାଣିର ପ୍ରଖର ସ୍ରୋତରେ ଭାସିଗଲେ। ଏହା ବ୍ୟତୀତ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମଧ୍ୟ ନିଖୋଜ ଅଛନ୍ତି। ଏଥିସହ କ୍ୟାପିଂ ସାଇଟର ମହିଳା ମ୍ୟାନେଜର ବିନିତା ମଧ୍ୟ ନିଖୋଜ ଅଛନ୍ତି।

କୁଲ୍ଲୁ ପ୍ରଶାସନ ଅନୁଯାୟୀ, ଦୁର୍ଘଟଣାରେ ୨୫ ବର୍ଷିୟ ପୁନମ ଏବଂ ୪ ବର୍ଷିୟ ନିକୁଞ୍ଜ, ଗାଜିଆବାଦର ୨୫ ବର୍ଷିୟ ବିନିତା, ସ୍ଥାନୀୟ ବାସିନ୍ଦା ବିରେନ୍ଦ୍ର ନିଖୋଜ ଅଛନ୍ତି। ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଶାସନ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି।

{"id":487604,"sizeSlug":"large","linkDestination":"none"}

ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ବିଧାୟକ ସୁନ୍ଦର ସିଂ ଠାକୁର ଘଟଣାସ୍ଥଳରେ ପହଞ୍ଚି ହୋଇଥିବା କ୍ଷୟକ୍ଷତିର ଆକଳନ କରି ପୀଡିତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ସ୍ଥାନୀୟ ବିଧାୟକ ସୁନ୍ଦର ସିଂ ଠାକୁର କହିଛନ୍ତି ଯେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ସର୍ଚ୍ଚ ଅପରେସନ ଚାଲିଛି ଏବଂ ପାର୍ବତୀ ନଦୀ କୂଳରେ ଥିବା ଡ୍ୟାମ ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ମଧ୍ୟ ଖୋଜାଖୋଜି କରୁଛନ୍ତି।

ପୁନମଙ୍କ ଶ୍ୱଶୁର ରୋଶନ କହିଛନ୍ତି ଯେ ସକାଳ ପ୍ରାୟ ୬ ଟା ସମୟରେ ବ୍ରହ୍ମଗଙ୍ଗା କେନାଲରେ ହଠାତ୍ ବନ୍ୟା ଆସିବାରୁ ତାଙ୍କ ବୋହୂ ଏବଂ ନାତି ନିଖୋଜ ହୋଇଯାଇଥିଲେ। ମୋ ବୋହୂ ଏବଂ ନାତି ମୋ ସାମ୍ନାରେ ଭାସିଗଲେ। ମୁଁ ତାଙ୍କୁ ଧରିବାକୁ ଚେଷ୍ଟା କଲି, କିନ୍ତୁ ତାଙ୍କୁ ରକ୍ଷା କରିପାରିଲି ନାହିଁ। ଜଣେ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ତେନଜିଂଗ କହିଛନ୍ତି ଯେ ଯେତେବେଳେ ସେ ସକାଳ ୫ ଟା ସମୟରେ ଉଠିଲେ ପ୍ରବଳ ବର୍ଷା ହୋଇଥିଲା ଏବଂ ବ୍ରହ୍ମଗଙ୍ଗା କେନାଲରେ ହଠାତ୍ ବନ୍ୟା ପରିସ୍ଥିତି ଦେଖି ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ସମୟ ମଧ୍ୟରେ ଲୋକେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ଦୌଡିବାକୁ ଲାଗିଲେ।

{"id":487605,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.