ବଞ୍ଚିବା ଏକାଠି ଯିବା ବି ଏକାଠି : ବଞ୍ଚାଇ ପାରିଲେନି ଡାକ୍ତର ଜିତିଗଲା ମୃତ୍ୟୁ, ବଡ ପୁଅ ପରେ ଚାଲିଗଲେ ମା’ ଓ ଝିଅ

Published By : Prameya-News7 Bureau | June 04, 2020 IST

ଝାରସୁଗୁଡା ୪।୬: ଝାରସୁଗୁଡାରେ ଗୋଟିଏ ପରିବାରର ୫ ଜଣ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଭଉଣୀ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁଧବାର ବଡପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମା' ପୁଷ୍ପାଞ୍ଜଳି ବିଶ୍ୱାଳ ଓ ସାନ ଝିଅ ପିଙ୍କି ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି ।

{"id":280499,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ସୋମବାର ବିଳମ୍ବିତ ରାତିରେ ଦୀର୍ଘ ୨ ବର୍ଷ କୋମାରେ ରହି ସାନଭାଇ ଦୀପକ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ତାହାକୁ ସହି ନପାରି ମା’, ୩ ଭଉଣୀ ଓ ବଡ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ଲିଲିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ମଙ୍ଗଳବାର ସକାଳୁ ବୁର୍ଲା ମେଡିକାଲ ପଠାଇ ଦିଆଯାଇଥିଲା । କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିଲା ।

{"id":280500,"sizeSlug":"large"}

ମଙ୍ଗଳବାର ରାତିରେ ହଠାତ୍ ବଡଭାଇ ଶ୍ରୀକାନ୍ତଙ୍କ ଅବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ବୁର୍ଲା ମେଡିକାଲ ପଠାଇ ଦିଆଯାଇଥିଲା । ବୁଧବାର ସକାଳୁ ଶ୍ରୀକାନ୍ତଙ୍କର ବୁର୍ଲାମେଡିକାଲରେ ମୃତ୍ୟୁ ହୋଇଥିଲା । ତେବେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଜଣେ ଝିଅଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୀପକ ଓ ଶ୍ରୀକାନ୍ତର ଶବ ସତ୍କାର କରାଯାଇ ପାରି ନଥିବା ବେଳେ ଆଜି ମା' ଓ ଝିଅଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବର୍ତ୍ତମାନ ୪ଟି ଶବକୁ କିଭଳି ସତ୍କାର କରାଯିବ ତାହା ଚିନ୍ତାର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.