ଅଭାବନୀୟ : ଶୋଇଥିବା ବେଳେ ଖସିପଡିଲା ଧାନ ବସ୍ତା, ଚାଲିଗଲା ମା’ ଓ ଝିଅଙ୍କ ଜୀବନ, ବାପା ଗୁରୁତର
8/05/2020 at 10:40 AM

ବ୍ରହ୍ମଗିରି ୮|୫ : ପୁରୀ ଜିଲ୍ଲା ବ୍ରହ୍ମଗିରି ହୁବାସାହିରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ଧାନ ବସ୍ତା ଉପରେ ପଡିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ହୁବାସାହିରେ ପୂର୍ଣ୍ଣଚନ୍ଦ୍ର ଭୋଇ, ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶୋଇଥିବା ବେଳେ ଧାନବସ୍ତା ସେମାନଙ୍କ ଉପରେ ପଡିଯାଇଥିଲା । ଧାନ ବସ୍ତା ଉପରେ ପଡିଯିବାରୁ ମା’ ଏବଂ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ମା’ ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୂର୍ଣ୍ଣଚନ୍ଦ୍ରଙ୍କର ଚିକିତ୍ସା ଜାରି ରହିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023