ଘର କାନ୍ଥ ପଡି ମାଆ ମୃତ ଓ ଝିଅ ଗୁରୁତର

Published By : Prameya-News7 Bureau | August 12, 2018 IST

ନୂଆପଡା ୧୨/୮ : ନୂଆପଡା କୋମନା ବ୍ଲକ ଲଖନା ଗାଁରେ ଘର କାନ୍ଥ ପଡି ମାଆର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ହୋଇଛନ୍ତି । ରାତିରେ ଶୋଇଥିବାବେଳେ ସେମାନଙ୍କ ଉପରେ ଘରର କାନ୍ଥ ପଡିଯାଇଛି । ଘଟଣାସ୍ଥଳରେ ମାଆ ଲଳିତା ରାଉତଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଝିଅ ପୂର୍ଣ୍ଣୀ ଗୁରୁତର ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩ ବର୍ଷ ତଳେ ଲଖନା ଗାଁର ଉଦ୍ଧବ ରାଉତଙ୍କ ଘର ନିଆଁରେ ପୋଡି ଯାଇଥିଲା । ଏହାପରେ ଏହି ପରିବାରକୁ ଏକ ଘର ଦିଆଯାଇଥିଲେ ବି ଦୁଇ ବର୍ଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିଲା । ତେଣୁ ଭଙ୍ଗା ଝାଟିମାଟି ଘରେ ରହୁଥିଲେ ଏହି ପରିବାରର ୬ଜଣ । ଗତକାଲି ଲଗାଣ ବର୍ଷା ଫଳରେ ପାଖ ଘରର ଏକ କାନ୍ଥ ଭୁଶୁଡି ପଡିଥିଲା । ଶୋଇଥିବା ଅବସ୍ଥାରେ ମାଆ ଓ ଝିଅ ଉପରେ କାନ୍ଥ ପଡି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ତିନିଶିଶୁ ଓ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.