ଭାବି ଜାମାତା ଘରକୁ ବାରମ୍ବାର ଆସିବା ପସନ୍ଦ କରୁନଥିଲେ ବାପା, ବିରକ୍ତ ହେବାରୁ ଟ୍ରେନ୍‌ ଆଗକୁ ଝିଅ ସହ ଡେଇଁପଡିଲେ ମାଆ

Published By : Prameya-News7 Bureau | February 11, 2021 IST

ଲକ୍ଷ୍ନୌ ୧୧/୦୨ : ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ଖଗା କୋତୱାଲି ଅଞ୍ଚଳରେ ଗୁରୁବାର ଦିନ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖଗା କୋତୱାଲି ର ଏସଏଚଓ ଆର.କେ.ସିଂ କହିଛନ୍ତି, ହର୍ଦୋ ଗ୍ରାମ ନିକଟ ଏଲଇ ଗାଁର ୪୦ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୧୮ ବର୍ଷର ଝିଅ ପୂଜା ଗୁରୁବାର ଦିନ ପ୍ରାୟ ୧୦ଟା ସମୟରେ ଟ୍ରେନରେ କାଟି ହୋଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ମହିଳାଙ୍କ ସ୍ୱାମୀ ସୁରେଶ ରୈଦାସ ଖଗାର ଏକ ଦୋକାନରେ କାମ କରନ୍ତି । ଏସଏଚଓ, ମହିଳାଙ୍କ ସ୍ୱାମୀ ସୁରେଶ ରାଇଦାସଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ସେ ତାଙ୍କ ଝିଅର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟ ମଧ୍ୟରେ ଝିଅର ଭାବି ସ୍ବାମୀ ତାଙ୍କ ଘରକୁ ଅନେକ ସମୟରେ ଯିବାଆସିବା କରୁଥିଲେ । କିନ୍ତୁ ଏହାକୁ ନାପସନ୍ଦ କରୁଥିଲେ ଝିଅର ପିତା । ଏମିତିକି ଅନେକ ଥର ଏ ନେଇ ଝିଅକୁ ତାଗିଦ ମଧ୍ୟ କରିଛନ୍ତି । କିନ୍ତୁ ଝିଅ ପୂଜା କୌଣସି କଥାକୁ ଭ୍ରୁକ୍ଷେପ ନକରି ବାରମ୍ବାର ନିଜର ଭାବି ସ୍ବାମୀଙ୍କୁ ଘରକୁ ଡାକୁଥିଲା

ଏଭଳି ଭାବେ ଭାବି ସ୍ବାମୀଙ୍କ ବାରମ୍ବାର ଯିବାଆସିବାକୁ ଅଟକାଇବାରୁ ମା-ଝିଅ ରାଗିଯାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଉଭୟ ମା-ଝିଅଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.