ଗୁଣିଆ ସନ୍ଦେହ : ମା ସମେତ ୪ ଛୁଆଙ୍କୁ କୂଅରେ ପକାଇ ହତ୍ୟା !

Published By : Prameya-News7 Bureau | January 26, 2019 IST

ବଣାଇ ୨୬|୧: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବଡଇନ୍ଦପୁରରେ ଅଭାବନୀୟ ଘଟଣା ଘଟିଛି । ମା ଓ ୪ ଛୁଆଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ପଡିରହିଛି । ତେବେ ସେମାନଙ୍କୁ ଗୁଣିଗାରେଡି ସନ୍ଦେହରେ କୂଅରେ ପକାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବଡଇନ୍ଦପୁର ଗାଁର ଜଣେ ମହିଳା ଏବଂ ତାଙ୍କର ୪ ଛୁଆଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରେ ପଡିଥିବାର ଦେଖିବାକୁ ମିଳିଛି । ମୃତକ ହେଲେ ମା କୁନି ମୁଣ୍ଡା (୩୧), ୧୦ବର୍ଷର ଝିଅ ମାରି ମୁଣ୍ଡା, ୯ବର୍ଷର ପୁଅ ଟେକେଲ ମୁଣ୍ଡା, ୬ବର୍ଷର ପୁଅ ଚାମର ମୁଣ୍ଡା ଏବଂ ବର୍ଷକର ଝିଅ ।

{"id":78124}

ଗ୍ରାମବାସୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୋଇଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ କୂଅରୁ ଉଦ୍ଧାର କରିବା ପାଇଁ ରାଉରକେଲାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.