ମହାନଦୀରୁ ଉଦ୍ଧାର ମା ଓ ୩ଶିଶୁଙ୍କ ଶବ ବ୍ୟବଚ୍ଛେଦ ; କୁଜଙ୍ଗର ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ

Published By : Prameya-News7 Bureau | May 11, 2018 IST

ଗତକାଲି ଅପରାହ୍ନରେ କୁଜଙ୍ଗ ଶନି ମନ୍ଦିର ନିକଟସ୍ଥ ମହାନଦୀ ପଠାରେ ୪ଜଣଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିଥିଲେ | ଆଜି ମୃତଦେହ ଗୁଡିକର ଶବ ବ୍ୟବଚ୍ଛେଦ କରାଯାଉଛି | ମୃତକମାନେ ହେଲେ ଜଗନ୍ନାଥପୁର ଗାଁର ମାମାନି ସେଠୀ, ତାଙ୍କ ୨ ଝିଅ ଓ ପୁଅ | କିଛି ଦିନ ପୂର୍ବରୁ ମାମାନି ସେଠୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ମାମାନିଙ୍କୁ କ୍ଷତିପୂରଣ ବାବଦକୁ ୫ଲକ୍ଷ ଟଙ୍କା ମିଳିଥିଲା | ତେବେ ଟଙ୍କାକୁ ନେଇ ମା ଓ ପିଲାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି | ପୋଲିସ ମହିଳାଙ୍କ ବାପା ଓ ଭାଇକୁ ପଚରାଉଚୁରା କରିବା ସହ କୁଜଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି | ଏଠି ସହ କୁଜଙ୍ଗ ଥାନାକୁ ଯାଇ ତଦନ୍ତ କରୁଛନ୍ତି ଜଗତସିଂହପୁର ଏସ ପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.