ମୋଷ୍ଟ ୱାଣ୍ଟେଡ୍ ମାଧବ ଖୁଣ୍ଟିଆ ଗିରଫ
Published By : Prameya-News7 Bureau | September 27, 2018 IST
ମୋଷ୍ଟ ୱାଣ୍ଟେଡ୍ ମାଧବ ଖୁଣ୍ଟିଆ ଗିରଫ । ଗିରଫ କଲା କ୍ରାଇମ୍ ବ୍ରାଞ୍ଚର ଏସ୍.ଟି.ଏଫ୍ ଟିମ୍ । ବଲାଙ୍ଗିରରେ ଏକ ଡକାୟତି ଯୋଜନା କରୁଥିବା ବେଳେ, ମାଧବ ଓ ତାର ଅନ୍ୟ ୩ ସହଯୋଗୀକୁ ଗିରଫ କଲା ଏସ୍.ଟି.ଏଫ୍ । ମାଧବର ୩ ସହଯୋଗୀ ହେଉଛନ୍ତି ଟାଙ୍ଗିଥାନା ଅନ୍ତର୍ଗତ ଗୋକୁଳପୁର ଗାଁର ପ୍ରଦୀପ ନାୟକ, କଟକ ନିଆଳି ଥାନା କୁଳଶ୍ରୀ ଗାଁର ପ୍ରତାପ ସାହୁ, ଅନ୍ୟ ଜଣେ ବଲାଙ୍ଗିର ଟାଉନ୍ ମାଲପଡ଼ାର ସୟୈଦ ଇମତିଆଜ୍ ଅଲ୍ଲୀ । ଏମାନଙ୍କ ନାଁରେ ଆଇ.ପି.ସି. ୩୯୯ , ୪୦୨, ଆର୍ମସ ଆକ୍ଟ ୨୫/୨୭ ଧାରାରେ ମାମଲା ରୁଜୁ ହୋଇଛି । ମାଧବ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩୭ଟି ମାମଲା ରହିଥିବା ସୂଚନା ଦେଇଛନ୍ତି ଏସ୍.ଟି.ଏଫ୍ ଆଇଜି ହିମାଂଶୁ ଲାଲ୍ ।.