Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଷ୍ଟ ୱାଣ୍ଟେଡ୍ ଧର୍ମା ମଲ୍ଲିକ ଗିରଫ, ବିଭିନ୍ନ ମାମଲାରେ ଥିଲା ସମ୍ପୃକ୍ତି

12/09/2023 at 12:20 PM

ବାଲିଗୁଡ଼ା ୧୨।୯: କନ୍ଧମାଳ ଜିଲ୍ଲା ସମେତ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡକାୟତି, ରାହାଜାନୀ ଓ ଆକ୍ରମଣ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରି ଆସୁଥିବା ମୋଷ୍ଟ ୱାଣ୍ଟେଡ ଧର୍ମା ମଲ୍ଲିକକୁ ଆଜି ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ । ଦୀର୍ଘ ଦିନ ହେଲା ପୋଲିସକୁ ବନ୍ଧୁକ ଦେଖାଇ ଚକମା ଦେଇ ଖସି ଯାଉଥିଲା । ତୁମୁଡ଼ିବନ୍ଧ ଥାନା ଅଧୀନରେ ପେଟ୍ରୋଲ ପମ୍ପ ଲୁଟ୍, ରାମପୁର ରାସ୍ତାରେ ଡକାୟତି, ମାଦାଗୁଡାରେ ଡ଼କାୟତି, ଗଦ୍ରଙ୍ଗିଆରେ ଟ୍ରକ୍କୁ ଆକ୍ରମଣ ସହ ଜଣେ ଶିକ୍ଷକଙ୍କଠାରୁ ଟଙ୍କା ନେବା ଭଳି ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।

ଦୀର୍ଘ ୫ ବର୍ଷ ହେଲା ସେ ଏହି ଅନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ଚଲାଇ ଆସୁଥିଲା । ଏହି ଗ୍ୟାଙ୍ଗରେ ୧୨ ଜଣ ସଦସ୍ୟ ରହିଛନ୍ତି । ସେଥିମଧ୍ୟରୁ ସମସ୍ତେ ପୂର୍ବରୁ ଗିରଫ ହୋଇଥିବା ବେଳେ ଧର୍ମା ଖସି ପଳାଇବାରେ ସକ୍ଷମ ହେଉଥିଲା । ଗତ ଜୁଲାଇ ମାସରେ ମାଦାଗୁଡା ନିକଟରେ ଡକାୟତି ମାମଲାରେ ତୁମୁଡ଼ିବନ୍ଧ ଥାନା ପୋଲିସ ୮ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିଥିବା ବେଳେ ସେଥିରେ ୪ ଜଣ ନାବାଳକ ରହିଥିଲେ । କିନ୍ତୁ ଏହାପରେ ଧର୍ମା ସେଠାରୁ ଖସିଯାଇ କେରଳ ଚାଲିଯାଇଥିଲା । ଦୁଇ ଦିନ ପୂର୍ବରୁ ତାର ସହଯୋଗୀ ମାନଙ୍କ ବେଲ୍ ହେବା ଖବର ପାଇ ଟ୍ରେନ୍‌ରେ ମୁନିଗୁଡ଼ା ପହଞ୍ଚି ତୁମୁଡ଼ିବନ୍ଧ ଆସୁଥିବା ପୋଲିସ ଖବର ପାଇ ଥାନା ଅଧିକାରୀ ଆଶୁତୋଷ ଜେନା, ଏସଆଇ ଅମ୍ବିକା ପାତ୍ର, ଓଏପିଏଫ ମନୋରଞ୍ଜନ କହଁର, ଅନନ୍ତ ପ୍ରଧାନ, କନେଷ୍ଟବଳ ଶ୍ରୀଧର ଦେହୁରୀ ଧର୍ମାକୁ କାବୁ କରିଥିଲେ । ପୂର୍ବରୁ ଧରିବା ପାଇଁ ପୂର୍ବତନ ଏସପି ଓ ଏସଡିପିଓମାନେ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହେଉଥିଲା । ମ.ରାମପୁର ଅଞ୍ଚଳରେ ଏକାଧିକ ଡକାୟତି ଓ ଅପରାଧ ମାମଲାରେ ପୋଲିସର ମୋଷ୍ଟ ୱାଣ୍ଟେଡ ଥିଲା । ପୂର୍ବରୁ ତାଙ୍କ ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ମାଉଜର, ୨ଟି ଗୁଳି, ଲୁହା ରଡ଼, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ୫ଟି ମୋବାଇଲ, ମଦ ବୋତଲ ଓ ଗଞ୍ଜେଇ ଚିଲମ୍, ଜିଆଇ ପାଇପ୍, ଇତ୍ୟାଦି ଡକାୟତି ପାଇଁ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୫ ବର୍ଷ ହେବ ଏକ ଡକାୟତି ଗ୍ୟାଙ୍ଗ ଗଠନ କରି ସଦସ୍ୟମାନଙ୍କୁ ପ୍ରଲୋଭନ ଦେଖାଇ କନ୍ଧମାଳ-ରାୟଗଡ଼ା ଓ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଥିବା ଘାଟି ରାସ୍ତାରେ ବିଳମ୍ବିତ ରାତିରେ କରୁଥିବା ବିଭିନ୍ନ ଗାଡ଼ିମଟର ଅଟକାଇ ମାରଣାସ୍ତ୍ର କରିବାରେ ସକ୍ଷମ ହୋଇଥିଲା ।

You Can Read :

   Related Posts