ଦୁନିଆର ଅନନ୍ୟ ହୋଟେଲ; କଡ ଲେଉଟାଇଲେ ଚାଲିଯିବେ ଅନ୍ୟ ଦେଶକୁ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ ୨୮।୦୨: ଦୁନିଆରେ ଏପରି ଅନେକ ହୋଟେଲ ଅଛି, ଯାହା ନିଜର ବିଶେଷତ୍ବ ପାଇଁ ସାରା ବିଶ୍ୱରେ ପରିଚିତ । କିଛି ହୋଟେଲ୍ ଏପରି ଅଛି ଯାହା ନିଜର ସୁନ୍ଦରତାରେ ମୁଗ୍ଧ କରିଥାଏ । ଏଗୁଡିକ ବିଳାସପୂର୍ଣ୍ଣ ହେବା ସହିତ ହୋଟେଲ୍ ଗୁଡିକର ଆତିଥ୍ୟ ଚର୍ଚ୍ଚା ଲୋକଙ୍କୁ କରିଥାଏ ଆଶ୍ଚର୍ଯ୍ୟ ।  ଏପରି ଏକ ହୋଟେଲ୍‌ ସ୍ବିଜରଲ୍ୟାଣ୍ଡରେ ରହିଛି । ଯାହା ଏକ ଖୋଲା ସ୍ଥାନରେ ନିର୍ମିତ ।

{"id":914843,"width":840,"height":630,"sizeSlug":"full","linkDestination":"none"}

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ହୋଟେଲ୍ ଭିତରେ ଥିବା ବେଡ୍‌ରେ ଶୋଇ କଡ ଲେଉଟାଇଲେ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚାଲିଯିବେ ? ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ବାସ୍ତବ କଥା ହେଉଛି ହୋଟେଲଟି ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମା ମଧ୍ୟରେ ରହଛି । ହୋଟେଲରେ ପ୍ରବେଶ କରିବା ମାତ୍ରେ ଲୋକମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚାଲି ଯାଆନ୍ତି ।

{"id":914844,"sizeSlug":"large","linkDestination":"none"}

ହୋଟେଲର ନାଁ ହେଉଛି ଆର୍ବେଜ୍ ହୋଟେଲ । ହୋଟେଲଟି ଆର୍ବେଜ୍ ଫ୍ରାଙ୍କୋ-ସୁଇସ୍ ହୋଟେଲ ଭାବରେ ମଧ୍ୟ ଜଣାଶୁଣା । ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମାରେ ଥିବା ଲା କ୍ୟୁରେ ଅଞ୍ଚଳରେ ଅବସ୍ଥିତ । ଆର୍ବେଜ୍ ହୋଟେଲ ଉଭୟ ଦେଶରେ ରହିଛି । ତେଣୁ ହୋଟେଲର ରହିଛି ୨ଟି  ଠିକଣା । ଉଭୟ ଦେଶର ସୀମାକୁ ଦୃଷ୍ଟିରେ ରଖି ଆର୍ବେଜ୍ ହୋଟେଲକୁ ବିଭକ୍ତ କରାଯାଇଛି ।

{"id":914845,"sizeSlug":"full","linkDestination":"none"}

ଜାଣି ଆଶ୍ଚର୍ଯ୍ୟ ହେବେ ହୋଟେଲର ବାର ସ୍ୱିଜରଲ୍ୟାଣ୍ଡରେ ଥିବାବେଳେ ବାଥରୁମ କିନ୍ତୁ ଫ୍ରାନ୍ସରେ ରହିଛି । ଖାସ୍ କଥା ହେଉଛି ଯେତେବେଳେ ଆପଣ ଏହି ହୋଟେଲର ବାଥରୁମକୁ ଯିବେ ସେତେବେଳେ ଆପଣ  ଉଭୟ ଦେଶ ଦେଖିପାରିବେ । ହୋଟେଲର ପ୍ରତ୍ୟେକ ରୁମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ରୁମରେ ଥିବା ଡବଲ୍ ବେଡ୍ ଗୁଡିକୁ ଏପରି ଭାବେ ସଜାଯାଇଛି ଯେ ଅଧା ଫ୍ରାନ୍ସରେ ଏବଂ ଅଧା ସ୍ୱିଜରଲ୍ୟାଣ୍ଡରେ ରହିଥାଏ ।

{"id":914847,"width":838,"height":559,"sizeSlug":"full","linkDestination":"none"}

ସବୁଠାରୁ ମଜାଦାର କଥା ହେଉଛି ୨ ଦେଶ ଅନୁଯାୟୀ ରୁମ୍‌ରେ ତକିଆ ମଧ୍ୟ ରହିଛି । ହୋଟେଲଟି ବର୍ତ୍ତମାନ ଯେଉଁଠି ରହିଛି ସେଠାରେ ପୂର୍ବରୁ ଏକ ତେଜରାତି ଦୋକାନ ଥିଲା  । ୧୯୨୧ରେ ଜୁଲେସ୍-ଜାନ୍ ଆର୍ବେଜେ ନାମକ ଜଣେ ବ୍ୟକ୍ତି ଏହି ସ୍ଥାନକୁ କିଣିଥିଲେ । ଆଉ ଏହାପରେ ସେ ଏଠାରେ ଆର୍ବେଜ୍‌ ନାମକ ହୋଟେଲ୍ ନିର୍ମାଣ କରିଥିଲେ । ବର୍ତ୍ତମାନ ଏହି ହୋଟେଲ ଉଭୟ ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ପରିଚୟ ପାଲଟିଛି ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.