ସଚ୍ଚିନ ଓ ଦ୍ରାବିଡ଼ଙ୍କ ନାଁରେ ରହିଛି ଏହି ଅଲୋଡା ରେକର୍ଡ, ପଢନ୍ତୁ ପୁରା ଖବର…

Published By : Prameya-News7 Bureau | June 23, 2022 IST

ମୁମ୍ବାଇ ୨୩।୦୬: ପଡିଆରେ ବୋଲରଙ୍କ ଅପେକ୍ଷା ବ୍ୟାଟରଙ୍କ ଖେଳ ଦେଖିବାକୁ ମଜା ଲାଗିଥାଏ । ବ୍ୟାଟରଙ୍କ ଛକ୍କା ଓ ଚୌକାରେ ମଜା ନିଅନ୍ତି ଦର୍ଶକ । କିନ୍ତୁ ବଡ଼ ବଡ଼ ରନ୍‌ ସ୍କୋର କରିବା ଚକ୍କରରେ କେତେବେଳେ ନିଜ ନାମରେ ଏକ ଅଲୋଡ଼ା ରେକର୍ଡ କରିଦିଅନ୍ତି ବ୍ୟାଟସମ୍ୟାନ୍‌, ତାହା ନିଜେ ବି ଜାଣିପାରନ୍ତିନାହିଁ । ଏହିକ୍ରମରେ ପିଚ୍‌ରେ ରନ୍‌ ନେବା ଚକ୍କରେ କେତେଥର ରନ୍‌ଆଉଟ୍‌ ମଧ୍ୟ ହୋଇଛନ୍ତି ବ୍ୟାଟସମ୍ୟାନ୍‌ । ତେବେ ଆସନ୍ତୁ ଜାଣିବା ଏହି ଅଲୋଡ଼ା ରେକର୍ଡ ବିଷୟରେ,  କେଉଁ ଦେଶର ବ୍ୟାଟସମ୍ୟାନ୍‌ କ୍ରିକେଟ୍‌ ଇତିହାସରେ ସବୁଠୁ ଅଧିକ ଥର ହୋଇଛନ୍ତି ରନ୍‌ଆଉଟ୍‌ ।

ଷ୍ଟିଭ୍‌ ଓ୍ୱ :-

ଅଷ୍ଟ୍ରେଲିଆରେ ଏହି ଦିଗଜ ବ୍ୟାଟସମ୍ୟାନ୍‌ ୧୯୯୯ରେ ନିଜ ଦେଶକୁ ବିଶ୍ୱକପ୍‌ ବିଜୟୀ କରିଥିଲେ । ନିଜର କ୍ଲାସିକ୍‌ ବ୍ୟାଟିଂ ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଯେତେବେଳେ କ୍ରିଜ୍‌ରେ ଥାନ୍ତି, ସେତେବେ ବୋଲରମାନେ ତ୍ରାହି ତ୍ରାହି ଡାକିଥାନ୍ତି । କିନ୍ତୁ ଆନର୍ଜୀତିୟ କ୍ରିକେଟ୍‌ରେ ସବୁଠାରୁ ଅଧିକ ଥର ରନ୍‌ଆଉଟ୍‌ ହେବାର ରେକର୍ଡ ଷ୍ଟିଭ୍‌ ଓ୍ୱଙ୍କ ନାଁରେ ରହିଛି । ୪୯୩ଟି ମ୍ୟାଚ୍‌ ଖେଳି ୧୦୪ ଥର ରନ୍‌ ଆଉଟ ହୋଇଛନ୍ତି ଷ୍ଟିଭ୍‌ ଓ୍ୱେ ।

ରାହୁଲ ଦ୍ରାବିଡ଼ :-

ଭାରତର ପୂର୍ବତନ ଅଧିନାୟକ ତଥା ମହାଳ ଖେଳାଳି ରାହୁଲ ଦ୍ରାବିଡ ନିଜ ଦମ୍‌ରେ ଦେଶକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି । ରାହୁଲ ଦ୍ରାବିଡ ସବୁବେଳେ ସବୁ ବେଳେ କ୍ରିଜ୍‌ରେ ବିରୋଧୀ ବୋଲରଙ୍କୁ ଚକ୍‌ମା ଦେବାରେ ମାହିର ରଖିଥାନ୍ତି । ଏହି ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍‌ ୫୦୯ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦୧ ଥର୍‌ ରନ୍‌ଆଉଟ୍‌ ହୋଇଛନ୍ତି । ରାହୁଲ ଦ୍ରାବିଡ଼ କ୍ରିକେଟ୍‌ରେ ‘ ଦ ଓ୍ୱାଲ୍‌’ ନାମରେ ପରିଚିତ ।   

ସଚ୍ଚିନ ତେନ୍ଦୁଲକର :-

ସଚ୍ଚିନ ରମେଶ ତେନ୍ଦୁଲକରଙ୍କୁ ଆଧୁନିକ କ୍ରିକେଟ୍‌ର ଭଗବାନ ବୋଲି କୁହାଯାଏ । ବିଶ୍ୱର ପ୍ରତିଟି ଷ୍ଟାଡିୟମରେ ତେନ୍ଦୁଲକରଙ୍କ ବ୍ୟାଟ୍‌ରୁ ସ୍କୋର ବାହାରିଛି । ଏପିରିକି ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦୦ ତମ ଶତକ ହାସର କରିବାରେ ତେନ୍ଦୁଲକର ପ୍ରଥମ କ୍ରିକେଟ୍ରର । କିନ୍ତୁ ତାଙ୍କ ନାମରେ ମଧ୍ୟ ଅଧିକ ଥର ରନ୍‌ ଆଉଟ୍‌ ହେବାର ରେକର୍ଡ ରହିଛି । ତେନ୍ଦୁଲକର ୬୬୪ଟି ମ୍ୟାଚ୍‌ ଖେଳି ୯୮ଥର ରନ୍‌ଆଉଟ୍‌ ହୋଇଛନ୍ତି ।

ମାହେଲା ଜୟବର୍ଦ୍ଧନେ :-

ଶ୍ରୀଲଙ୍କାର କ୍ରିକେଟ୍‌ର ଜଣେ ମହାନତନ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ମାହେଲା ଜୟବର୍ଦ୍ଦନେ ଅନ୍ୟତମ । ସେ ନିଜ ଦମ୍‌ରେ ଶ୍ରୀଲଙ୍କା ଟିମ୍‌କୁ ୨୦୧୪ରେ ଟି-୨୦ ବିଶ୍ୱକପ୍‌ ବିଜୟୀ କରିବାରେ ସକ୍ଷମ ହୋଇଥିଲା । ତେବେ ଜୟବର୍ଦ୍ଧନେ ନିଜ କ୍ୟାରିୟରରେ ୬୫୨ ଟି ମ୍ୟାଚ୍‌ ଖେଳି ୯୫ ଥର ରନ୍‌ ଆଉଟ୍‌ ହୋଇଛନ୍ତି ।

ଇଞ୍ଜିମାମ୍‌-ଉଲ୍‌-ହକ୍‌ :-

ପାକିସ୍ତାନ ଟିମ୍‌ ଗୋଟିଏ ସମୟରେ ବିଶ୍ୱ କ୍ରିକେଟ୍‌ରେ ରାଜ୍‌ କରୁଥିଲା । ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ୍‌-ଉଲ୍‌-ହକ୍‌ ନିଜ କ୍ୟାରିୟରରେ ଢେର୍‌ ରନ୍‌ କରିଛନ୍ତି । ସବୁଠୁ ଅଝିକ ଥର ରନ୍‌ ଆଉଟ୍‌ ହେବା ଲିଷ୍ଟରେ ପାକିସ୍ତାନରେ ଏହି କ୍ରିକେଟର ସାମିଲ ଅଛନ୍ତି । ଇଞ୍ଜିମାମ୍‌ ୪୯୯ଟି ମ୍ୟାଚ୍‌ ଖେଳି ୯୨ ଥର ରନ୍‌ ଆଉଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.