ମୁମ୍ବାଇ ୨୩।୦୫: ଭାରତର ସବୁଠାରୁ ଲୋକପ୍ରିୟ ଖେଳାଳି କିଏ ଜାଣିଛନ୍ତି । ଆସନ୍ତୁ ଆଜି ଜାଣିବା.. କିଏ ଏହି ତାଲିକାରେ ରହିଛନ୍ତି ଟପ୍ରେ.. କିଙ୍ଗ କୋହଲି ନମ୍ବର-୧ । ତାଙ୍କ ପଛକୁ ଅଛନ୍ତି କ୍ୟାପଟେନ୍ କୁଲ୍ । ଆଉ ତାଙ୍କ କ୍ୟାପଟେନ୍କୁଲ୍ଙ୍କ ପଛକୁ ଅଛନ୍ତି ହିଟ୍ ମ୍ୟାନ୍ । ହିଟ୍ ମ୍ୟାନ୍ଙ୍କ ପଛକୁ ଅଛନ୍ତି କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ ।
ଓରମାକ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ ଖେଳାଳି କିଏ ବୋଲି ଏକ ସର୍ଭେ ହୋଇଥିଲା । ସଂସ୍ଥା ପକ୍ଷରୁ ଶ୍ରେଷ୍ଠ ୧୦ ଜଣଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ବାଜି ମାରିନେଇଛନ୍ତି ବିରାଟ କୋହଲି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୋହଲି ଟପ୍ରେ ଅଛନ୍ତି । କୋହଲିଙ୍କ ପଛକୁ ଅଛନ୍ତି ମହେନ୍ଦ୍ର ସିଂହ ଧୋନି । ଆଉ ୩ୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା ରହିଥିବା ବେଳେ ୪ର୍ଥ ସ୍ଥାନରେ ରହିଛନ୍ତି କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ । ୫ମ ସ୍ଥାନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଥିବା ବେଳେ ୬ଷ୍ଠ ସ୍ଥାନରେ ଫୁଟବଲ ଲିୟୋନାଲ ମେସି ରହିଛନ୍ତି ।
wp:html/wp:htmlOrmax Sports Stars: Most popular sportspersons in India (Apr 2023) pic.twitter.com/EMxW8CaCV7
— Ormax Media (@OrmaxMedia) May 22, 2023
ସେହିପରି ୭ମ ସ୍ଥାନରେ ଟେନିସ ତାରକା ସାନିଆ ମିର୍ଜା ରହିଥିବା ବେଳେ ୮ମ ସ୍ଥାନରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ୯ ମ ସ୍ଥାନରେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ରହିଥିବା ବେଳେ ୧୦ ମ ସ୍ଥାନରେ କ୍ରିକେଟର କେଏଲ୍ ରାହୁଲ ରହିଛନ୍ତି । ଅପ୍ରେଲ୍ ମାସରେ ଏହି ସବୁ ଖେଳାଳି ତାଲିକାରେ ଅଛନ୍ତି ।
ତେବେ ଏହି ତାଲିକାରେ ବିଦେଶୀ ଭାବେ ଦୁଇ ଜଣ ଖେଳାଳି ରହିଛନ୍ତି । ୪ ର୍ଥ ସ୍ଥାନରେ ପର୍ତ୍ତଗାଲର ମହାନ ଫୁଟବଲର କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ ରହିଥିବା ବେଳେ ୬ ଷ୍ଠ ସ୍ଥାନରେ ଆର୍ଜେଣ୍ଟିନାର ଲିୟୋନାଲ୍ ମେସି ରହିଛନ୍ତି । ଉଭୟ ଖେଳାଳିଙ୍କୁ ଫୁଟବଲର ଜଗତରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ଗତ ବର୍ଷ ହୋଇଥିବା ଫୁଟବଲ ବିଶ୍ୱକପ୍ରେ ଆର୍ଜେଣ୍ଟିନ୍ ଟିମ୍ ଚମ୍ପିଆନ୍ ହୋଇଥିଲା ।