scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସବୁଠୁ ଲୋକପ୍ରିୟ କ୍ରିକେଟର… ପ୍ରଥମରେ କୋହଲି, ୨ୟରେ ଧୋନି

23/08/2023 at 10:32 AM

ନୂଆଦିଲ୍ଲୀ ୨୨ ।୦୮ : ଭାରତରେ ସବୁଠୁ ଅଧିକ ଲୋକପ୍ରିୟ କ୍ରୀଡ଼ାବିତ କିଏ ? ଏହାକୁ ନେଇ ଓରମ୍ୟାକ୍ସ ମିଡିଆ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଜୁଲାଇ ମାସରେ ଭେଟେରାନ କ୍ରିକେଟର ବିରାଟ କୋହଲି ଲୋକପ୍ରିୟତାରେ ଶୀର୍ଷରେ ରହିଥିଲେ । ନିକଟରେ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୧୫ ବର୍ଷ ପୂରଣ କରିଛନ୍ତି । ତାଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ବିରାଟ ନିଜ ଖେଳ ଏବଂ ଫିଟନେସ୍‌ ପାଇଁ କେବଳ ଭାରତ ନୁହେଁ ବିଶ୍ୱରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯୁବ ପିଢ଼ିଙ୍କର ସେ ପ୍ରଥମ ପସନ୍ଦର କ୍ରୀଡ଼ାବିତ ହୋଇପାରିଛନ୍ତି । ଓରମ୍ୟାକ୍ସ ମିଡିଆ ଯେଉଁ ୧୦ ଜଣିଆ ଲୋକପ୍ରିୟ କ୍ରୀଡ଼ାବିତଙ୍କ ତାଲିକା କରିଛି, ଏହାର ପ୍ରଥମ ସ୍ଥାନରେ କୋହଲି, ଦ୍ୱିତୀୟରେ ମହେନ୍ଦ୍ର ସିଂ ଧୋନି, ତୃତୀୟରେ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ଚତୁର୍ଥରେ ଭାରତୀୟ କ୍ରିକେଟ୍‌ ଅଧିନାୟକ ରୋହିତ ଶର୍ମା, ପଞ୍ଚମରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଷଷ୍ଠରେ ଫୁଟବଲର ଲିଓନେଲ ମେସି, ସପ୍ତମରେ ସୁନୀଲ ଛେତ୍ରୀ, ଅଷ୍ଟମରେ ଅଲିମ୍ପିକ୍ସ ଚାମ୍ପିଅନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା, ନବମରେ ସାନିଆ ମିର୍ଜା ଏବଂ ଦଶମରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

ତେବେ ଇନ୍‌ଷ୍ଟାଗ୍ରାମରେ କୋହଲି ବେଶ ଲୋକପ୍ରିୟ ସେଲିବ୍ରିଟି । ସେ ବିଶ୍ୱର ସପ୍ତମ ବ୍ୟକ୍ତି, ଯାହାଙ୍କ ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଅନୁଗାମୀ ରହିଛନ୍ତି । କ୍ୟାରିୟରରେ ବହୁ ସଫଳତାର ଅଧିକାରୀ ହୋଇସାରିଛନ୍ତି କୋହଲି । ଦିନିକିଆରେ ୧୨୮୯୮ , ଟେଷ୍ଟରେ ୮୬୭୬ ରନ୍‌ ଏବଂ ଟି-ଟ୍ୱେଣ୍ଟିରେ ୪୦୦୮ ରନ୍‌ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୬ଟି ଶତକ ହାସଲ କରିସାରିଲେଣି ।

   Related Posts