୨୦୨୨ ସୁଧା ମହାମାରୀ ପୂର୍ବ ପରିସ୍ଥିତିକୁ ଫେରି ପାରିବେନି ସବୁ ଅର୍ଥବ୍ୟବସ୍ଥା: Moody’s

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧।୩: ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଗୁରୁବାର କୋଭିଡ-୧୯ ଯୋଗୁ ହୋଇଥିବା କ୍ରେଡିଟ୍ ଡିକ୍ଲାଇନକୁ ସ୍ୱଳ୍ପକାଳୀକ କହିଛନ୍ତି। ତେବେ ଅଧିକାଂଶ ଅର୍ଥ ବ୍ୟବସ୍ଥା ୨୦୨୨ ସୁଧା ମହାମାରୀ ପୂର୍ବ ପରିସ୍ଥିତିକୁ ଫେରି ନ ପାରନ୍ତି ବୋଲି ଆର୍ଥିକ ସର୍ଭେକ୍ଷଣ ସଂସ୍ଥା ଆକଳନ କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଗତବର୍ଷ ମାର୍ଚ୍ଚ ୧୧ ତାରିଖ ଦିନ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ (ପେଣ୍ଡାମିକ) ଘୋଷଣା କରିଥିଲେ। ଏହା ପରଠାରୁ ବର୍ଷତମାମ କୋଭିଡ ଯୋଗୁ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ବ୍ୟବଧାନ ସୃଷ୍ଟି ହୋଇଚାଲିଥିଲା। ଫଳରେ ଋଣ ହ୍ରାସ ସହ ପୈଠ ହାରରେ ଦ୍ରୁତ  ହ୍ରାସ ଦେଖା ଦେଇଛି।

{"id":421419,"width":575,"height":326,"sizeSlug":"large","linkDestination":"none"}

ମୁଡିଜ୍‌ କରୋନା ଭାଇରସ ମହାମାରୀକୁ ନେଇ ଏକ ଗ୍ଲୋବାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କୋଭିଡ-୧୯ ଯୋଗୁ କ୍ରେଡିଟ୍ ରେଟିଂ ଉପରେ ଗୁରୁତର ପ୍ରଭାବ ପଡିଛି। ତେବେ ଏହା ବେଶି ସମୟର ନୁହେଁ । ହେଲେ ସେହି ସବୁ କ୍ଷେତ୍ର ପ୍ରତି ରିସ୍କ ରହିଛି ଯେଉଁଠି ସାଧାରଣ ଗତିବିଧି ଉପରେ ମଧ୍ୟ କଟକଣା ରହିଛି ବୋଲି ଉଲ୍ଲେଖ କରିଛନ୍ତି।

ଏଣୁ ୨୦୨୨ ବେଳକୁ ଅଧିକାଂଶ ଅର୍ଥ ବ୍ୟବସ୍ଥା ମହାମାରୀ ପୂର୍ବ ପରିସ୍ଥିତିକୁ ଫେରିସାରିଥିବେ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ହୁଏତ ସବୁ ବ୍ୟବସ୍ଥା ଲାଗି ପ୍ରଜୁଯ୍ୟ ହୋଇ ନପାରେ। ଧିମା ରିକୋଭରି ମାକ୍ରୋ ଇକୋନମିକ୍ସ ଦୃଷ୍ଟିରୁ ସାଧାରଣରୁ ଅଧିକ ଅନିଶ୍ଚିତତା ରହିବ ବୋଲି ମୁଡିଜ୍ କହିଛନ୍ତି।

{"id":421420,"width":575,"height":431,"sizeSlug":"large","linkDestination":"none"}

ତେବେ ମହାମାରୀ ଥମିବା ପରେ ନୀତିଗତ ପଦକ୍ଷେପ କାରଣରୁ ଆର୍ଥିକ ଗତିବିଧି ଓ ବଜାର ଲାଗି ସମର୍ଥନ ଜାରି ରହିବ। କେତେକ କ୍ଷେତ୍ରରେ ନୀତି ନିର୍ଦ୍ଧାରକ କିଛି ବର୍ଷ ବା କିଛି କାଳ ପର୍ଯ୍ୟନ୍ତ ଆର୍ଥିକ ଗତିବିଧିକୁ ସମର୍ଥନ କରିଚାଲିବେ। କାରଣ ୨୦୨୧ରେ ମହାମାରୀ ସଂକ୍ରମଣ ପ୍ରକୋପ ହ୍ରାସ କରିବା ଲାଗି ଅଧିକାଂଶ ଦେଶରେ ଏବେ କୋଭିଡ ଟିକାକରଣ କରାଯାଉଛି। ଏଣୁ ଲକଡାଉନ ସମ୍ପର୍କିତ ଉପାୟ ମଧ୍ୟ ହ୍ରାସ ହେବ ବୋଲି ମୁଡିଜ୍ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.