ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରୋହିତଙ୍କ ରେକର୍ଡ: ପ୍ରଥମ ଭାରତୀୟ ବ୍ୟାଟର ଭାବେ ଅର୍ଜନ କଲେ ଏହି ସଫଳତା

Published By : Prameya-News7 Bureau | July 14, 2023 IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡୋମିନିକାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଆୟୋଜକ ୱେଷ୍ଟଇଣ୍ଡିଜ୍ ଉପରେ ଭାରି ପଡ଼ୁଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ସବୁଥିରେ ଭାରତ ପ୍ରଦର୍ଶନ ଭଲ ରହିଛି।

ମ୍ୟାଚର ପ୍ରଥମ ପାଳିରେ ଭାରତ ୱେଷ୍ଟଇଣ୍ଡିଜକୁ ୧୫୦ ରନ୍‌ରେ ଅଲ୍‌ ଆଉଟ୍ କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ୩୧୨ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଦଳର ଓପନର୍ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈଶ୍ୱାଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ୨୨୯ ରନ୍ ଭାଗିଦାରୀ ହୋଇବା ବେଳେ ଅଧିନାୟକ ରୋହିତ ଶର୍ମା ୧୦୩ ରନ୍ ସଂଗ୍ରହ କରିଥିଲେ।

ନମ୍ବର-୧ ହେଲେ ରୋହିତ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ୧୦୪ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧- ଚୌକା ୨ ଛକା ରହିଛି। ଏହି ମ୍ୟାଚରେ ରୋହିତ ଶତକ ହାସଲ କରିବା ପରେ ବଡ଼ ବଡ଼ ବ୍ୟାଟରଙ୍କୁ ପଛରେ ପକାଇ ଦେଇଚନ୍ତି। ତାଙ୍କ ନାଁରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ବର୍ତ୍ତମାନ 7ଚି ଶତକ ରହିଛି। ଏପରି କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟର।

ରୋହିତ ଏପରି କରି ନ୍ୟୁଜିଲାଣ୍ଡ ବ୍ୟାଟର କେନ୍ ୱିଲିୟମସନଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିସହିତ ତାଲିକାରେ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମୋଟ ୨୪ ଟି ମ୍ୟାଚରେ ରୋହିତ ଶର୍ମା ୧୯୫୫ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କର ହାରାହାରି ରନ ସଂଗ୍ରହ ୫୬.୪୦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.