ତିତଲି ବାତ୍ୟା ଓ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହେ।ଇଛି ଗଞ୍ଜ।ମ ଭଞ୍ଜନଗରର ବାଇବାଲି ପଞ୍ଚାୟତ ; ଏବେବି ଆଶ୍ରୟସ୍ଥଳରେ ରହିଛନ୍ତି ବନ୍ୟା ବିପନ୍ନ

Published By : Prameya-News7 Bureau | October 15, 2018 IST

୧୫|୧୦: ତିତଲି ବାତ୍ୟା ଓ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହେ।ଇଛି ଗଞ୍ଜ।ମ ଜିଲ୍ଲା ଭଞ୍ଜନଗରର ବାଇବାଲି ପଞ୍ଚାୟତ । ଏବେବି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ଲେ।କେ । ବ୍ଲକର  ବିରିକେ।ଟ, ସଲପଗୁଡା, ମହୁଲପଲ୍ଲୀ, ବଜ୍ରଗଡ, ଚଢ଼ିଆପଲ୍ଲୀରେ ଅନେକ ଘର ଭାଙ୍ଗିଛି । ଘରେ ପାଣି ପଶି ସବୁ ନଷ୍ଟ ହୋଇଯାଇଛି । ଏବେବି ଆଶ୍ରୟସ୍ଥଳରେ ବନ୍ୟା ବିପନ୍ନ ରହିଛନ୍ତି । ତେବେ ଏସବୁ ଆଶ୍ରୟସ୍ଥଳରେ ପ୍ରଶାସନ ଯଥେଷ୍ଟ ସହାୟତା ପହଞ୍ଚାଉନଥିବା ଅଭିଯେ।ଗ ହେ।ଇଛି । ବନ୍ୟା ବିପନ୍ନଙ୍କ ପାଖରେ ଔଷଧ, ଖ।ଦ୍ୟ ଓ ପାନୀୟ ଜଳ ପହଞ୍ଚିନି । ସେପଟେ ବନ୍ୟା ଓ ବାତ୍ୟାରେ ରାସ୍ତା, କଲଭର୍ଟ, ସ୍କୁଲ ଗୃହ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ଯୋଗାଯୋଗ ଏବଂ ବିଦ୍ୟୁତ ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡିଛି ।  ଶହଶହ ଚାଷ ଜମିରେ ମଧ୍ୟ ପାଣି ମାଡିଯାଇଛି । ଫଳରେ ଚାଷୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । କେବେ ସ୍ଥିତି ସୁଧୁରିବ, ଜୀବନ ସ୍ବାଭାବିକ ହେବ ତାକୁ ଅପେକ୍ଷା କରିଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.