ଭାରତର ସବୁଠାରୁ ମହଙ୍ଗା ସ୍କୁଲ, ଫି ଜାଣିଲେ ଉଡ଼ିଯିବ ହୋସ୍…
15/03/2023 at 12:20 PM

ନୂଆଦିଲ୍ଲୀ ୧୫।୦୩; ଭାରତରେ ଏପରି ସ୍କୁଲ ଅଛି ଯେଉଁଥିରେ ପଢିବା ପ୍ରାୟ ଅନେକଙ୍କ ପାଖରେ ଅସମ୍ଭବ । ଏହି ସ୍କୁଲ୍ର ଫି ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଏହି ସ୍କୁଲ ଗୁଡିକର ବାର୍ଷିକ ଫି ହେଉଛି ଲକ୍ଷ ଲକ୍ଷ ଟଙ୍କା । ଏହି ସ୍କୁଲ୍ ଗୁଡିକ ଭାରତର ସବୁଠାରୁ ମହଙ୍ଗା ସ୍କୁଲ ଭାବେ ପରିଚିତ ।

ପ୍ରଥମରେ ରହିଛି ଡେରାଡୁନର ଡୁନ ସ୍କୁଲ୍ । ଏହି ସ୍କୁଲ କେବଳ ପୁଅମାନଙ୍କ ପାଇଁ ଉଦ୍ଧିଷ୍ଟ । ଏଠାରୁ କେତେକ ଧନୀ ପରିବାରର ପିଲାମାନେ ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୯ ଲକ୍ଷ ୭୦ ହଜାର । କେବଳ ଆଡମିଶନ ସମୟରେ ଜମା କରିବାକୁ ପଡିଥାଏ ୩ ଲକ୍ଷ ୫୦ ହଜାର ଟଙ୍କା ।

ଦୁନିଆର ମହଙ୍ଗା ସ୍କୁଲ୍ ଲିଷ୍ଟର ଦ୍ବିତୀୟରେ ରହିଛି ୧୮୯୭ରେ ନିର୍ମିତ ଗ୍ବାଲିୟରର ସିନ୍ଧିଆ ସ୍କୁଲ୍ । ଏହାକୁ ତତ୍କାଳୀନ ମହାରାଜା ମାଧବ ରାଓ ସିନ୍ଧିଆ ଖୋଲିଥିଲେ। ଏଠାରୁ ଅନେକ ବଲିଉଡ ତାରକା ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୭ ଲକ୍ଷ ୭୦ ହଜାର ଟଙ୍କା ।

ରାଜସ୍ଥାନ ଅଜମେରରେ ରହିଛି ମାୟୋ କଲେଜ । ୧୮୭୫ରେ ନିର୍ମିତ ଏହି ସ୍କୁଲ୍ ହେଉଛି ଭାରତର ସବୁଠାରୁ ପୁରୁଣା ବୋଡିଂ ସ୍କୁଲ୍ । ଏହାର ବାର୍ଷିକ ଫି ବାବଦରେ ଦେବାକୁ ପଡିଥାଏ ୫ ଲକ୍ଷ ୧୪ ହଜାର ।

ଇକୋଲ୍ ମୋଣ୍ଡିଆଲ୍ ୱାର୍ଲ୍ଡ ସ୍କୁଲ୍ ମୁମ୍ବାଇର ଜୁହୁରେ ରହିଛି । ଏହା ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍କୁଲ୍, ଯାହା ୧୯୬୮ରେ ନିର୍ମିତ । ଏହି ସ୍କୁଲରେ ଗ୍ରେଡ୍ ୯ ଏବଂ ୧୦ ପାଇଁ IGCSE ପ୍ରଦାନ କରିଥାଏ । ଏହାର ବାର୍ଷିକ ଫି ୧୦ ଲକ୍ଷ ୯୦ ହଜାର ।

ଡେରାଡୁନର ୱେଲହମ୍ boys ସ୍କୁଲ୍ ହେଉଛି ଭାରତର ଦାମୀ ସ୍କୁଲ୍ । ଏହି ସ୍କୁଲରୁ ଅନେକ ବଡ ନେତା ଅଧ୍ୟୟନ କରିଛନ୍ତି । ଏହି ସ୍କୁଲର ବାର୍ଷିକ ଫି ୫ ଲକ୍ଷ ୭୦ ହଜାର ।

ସେହିପରି ମଇସୁରରେ ରହିଛି ଉଡଷ୍ଟୋକ୍ ସ୍କୁଲ୍ । ଏହା ଏକ ବୋର୍ଡିଂ ସ୍କୁଲ୍ । ଏହି ସ୍କୁଲର ବାର୍ଷିକ ଫି ହେଉଛି ୧୫ ଲକ୍ଷ ୯୦ ହଜାରର ଟଙ୍କା । ଯାହା ଭାରତର ସବୁଠାରୁ ଦାମୀ ସ୍କୁଲ୍ ।