suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁନିଆର ୫ଟି ମହଙ୍ଗା ଫୁଡ୍‌ ଆଇଟମ୍‌, ଯାହାକୁ କିଣିବା ପାଇଁ ଲାଗେ ଲକ୍ଷ ଲକ୍ଷ ଟଙ୍କା

25/02/2023 at 2:49 PM

ମୁମ୍ଵାଇ ୨୫।୦୨: ସାଧାରଣତଃ ଲୋକମାନେ ଖାଇବା ପ୍ରିୟ ହୋଇଥାଆନ୍ତି। କିଛି ଲୋକମାନେ ୫୦୦-୧୦୦୦ ଟଙ୍କ ଯାଏଁ ଫୁଡ ପ୍ରଡକ୍ଟ କିଣି ଥାଆନ୍ତି । ଏହା ତାଙ୍କ ପାଇଁ କୌଣସି ବଡ କଥା ନୁହେଁ । ହେଲେ ବର୍ତ୍ତମାନ ଖାଇବା ଉପରେ ଏତେ ଟଙ୍କ ବଢି ଗଲାଣି ଯେ  ଖର୍ଚ୍ଚ କରିବାକୁ ପଛାଉଛନ୍ତି । କିନ୍ତୁ ଖାଦ୍ୟପ୍ରେମୀଙ୍କ ପାଇଁ ଏହା କିଛି ନୁହେଁ। ଯଦି ଆମେ ଆପଣଙ୍କୁ କହିବୁ ଯେ ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି, ଯାହାର ମୂଲ୍ୟ ହଜାରେ କିମ୍ବା ଲକ୍ଷ, ତେବେ ଆପଣ କ’ଣ ଭାବିବେ । ଅବଶ୍ୟ ସେମାନେ ଭାବିବେ ‘ଓଃ ଭାଇ! କେଉଁ ଖାଦ୍ୟ ଏପରି ଯେ ତାହାର ଦାମ୍‌ ହଜାରେ-ଲକ୍ଷରେ ଅଛି । ଏମିତି ଗୋଟିଏ କିମ୍ବା ଦୁଇଟି ଖାଇବା ନୁହେଁ  ବରଂ ଅନେକ। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ …

ଦୁନିଆର ୫ ଟି ମହଙ୍ଗା ଖାଦ୍ୟ –

୧. ଆଲମାସ୍ କ୍ୟାଭିଅର୍-

କ୍ୟାଭିଅର ଧନୀମାନଙ୍କ ଖାଦ୍ୟ ଭାବରେ ବିବେଚନା କରାଯାଏ । କାରଣ ଏହାର ମୂଲ୍ୟ ଲକ୍ଷ ଲକ୍ଷରେ ଅଛି। ଏହା ଏକ ବିଳାସପୂର୍ଣ୍ଣ ଖାଦ୍ୟ । କ୍ୟାଭିଆର ହେଉଛି ମାଛର ଅଣ୍ଡା। ଯାହା କେବଳ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛରୁ ମିଳିପାରିବ । ଇରାନରୁ ଉତ୍ପନ୍ନ ଏହି ଆଲମାସ୍ କ୍ୟାଭିଆର ଦୁନିଆର ସବୁଠାରୁ ମହଙ୍ଗା କ୍ୟାଭିଅର ଭାବରେ ବିବେଚନା କରାଯାଏ। ଏହି କ୍ୟାଭିଅର ଧଳା ରଙ୍ଗର ମୋତି ପରି ।ଏଥିରେ ଏକ ମଲେଇ ଏବଂ ବଟରୀ ସ୍ୱାଦ ଥିବା କୁହାଯାଏ । ୧ କିଲୋଗ୍ରାମ ଆଲମାସ୍ କ୍ୟାଭିଅରର ମୂଲ୍ୟ ୨୫,୦୦୦ ଡଲାର (୨୦.୭୩ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ରହିଛି ।

୨. ଇଟାଲୀୟନ ଧଳା ଟ୍ରଫଲସ୍‌-

ଟ୍ରଫଲ୍ସ ହେଉଛି ଏକ ପ୍ରକାର ଫଙ୍ଗସ୍ । ଯାହା ଭୂମି ତଳେ କିଛି ଇଞ୍ଚ ବଢି ଥାଏ। ସମଗ୍ର ବିଶ୍ୱରେ ଏହାର ଉତ୍ପାଦନ ପାଇଁ ଇଟାଲୀ ପ୍ରସିଦ୍ଧ । ଇଟାଲୀରୁ ହ୍ୱାଇଟ୍ ଟ୍ରଫଲ୍ସ ସବୁଠାରୁ କମ୍ ଏବଂ ମୂଲ୍ୟବାନ ବୋଲି ବିବେଚନା କରାଯାଏ । ଏହି ଟ୍ରଫଲସ୍‌ ଗୁଡିକର ଚାହିଦା ଅଧିକ। ଅବଶ୍ୟ, ମହଙ୍ଗା ହେତୁ କେବଳ ଧନୀ ପରିବାରର ଲୋକମାନେ ଏହାର ଖାଇପାରିବେ। ଏହାର ମୂଲ୍ୟ ପାଉଣ୍ଡ ପିଛା ୫୦୦୦ ଡଲାର (୪.୯୫ ଲକ୍ଷ) ପର୍ଯ୍ୟନ୍ତ ହୋଇପାରେ ।

୩. କୋପି ଲୁୱାକ୍ କଫି –

କୋପି ଲୁୱାକ୍ କଫି ଦୁନିଆର ସବୁଠାରୁ ମହଙ୍ଗା କଫି ଭାବରେ ବିବେଚନା କରାଯାଏ । ଏହାକୁ ସିଭେଟ୍ କଫି ମଧ୍ୟ କୁହାଯାଏ। କୁହାଯାଏ ଯେ ଏହି କଫି ପିଇବା ପରେ ଆଉ କୌଣସି କଫି ପିଇବାକୁ ପସନ୍ଦ ହେବ ନାହିଁ। ଏହି କଫି ଜଙ୍ଗଲି ଲାଲ କଫି ବିନ୍ସରୁ ପ୍ରସ୍ତୁତ । ଏହି କଫି ବିନ୍ସ ଏସିଆନ୍ ପାମ ସିଭେଟ୍ ନାମକ ଏକ ପଶୁଙ୍କ ପଟିରୁ ମିଳିଥାଏ । କଫି ତିଆରି କରିବା ପାଇଁ ଏହାକୁ ସଂଗ୍ରହ କରି ଭଲ ଭାବରେ ସଫା କରାଯାଏ। ତା’ପରେ ଏହାକୁ ଭଜା କରି ଗ୍ରାଇଣ୍ଡ୍ କରାଯାଏ । ଏହି କାରଣ ଯୋଗୁଁ କଫି ବହୁତ ମହଙ୍ଗା । କୋପି ଲୁୱାକ କଫିର ଏକ ପାଉଣ୍ଡ ୬୦୦ ଡଲାର (୪୯,୭୬୦ ଟଙ୍କା) ପର୍ଯ୍ୟନ୍ତ ହୋଇପାରେ ।

୪. ବ୍ୟାଗୁ  ବିଫ୍‌-

ଜାପାନରୁ ଉତ୍ପନ୍ନ ଏହି ବ୍ୟାଗୁ ବିଫ୍‌ ଦୁନିଆର ସବୁଠାରୁ ମହଙ୍ଗା ମାଂସ ଭାବରେ ବିବେଚନା କରାଯାଏ ।ମଇଁଷି ପାଳନର ଜଟିଳ ଉପାୟ ହେତୁ ଏହାର ମୂଲ୍ୟ ଅଧିକ । ଏହି ବିଫ୍‌ର ଏକ ପାଉଣ୍ଡ ୨୦୦ ଡଲାର ଟଙ୍କା (୧୬,୫୮୬ ଟଙ୍କା) ପର୍ଯ୍ୟନ୍ତ ହୋଇପାରେ ।

୫. ସାଫ୍ରନ୍ –

ସାଫ୍ରନ୍ ହେଉଛି କ୍ରୋକସ୍ ଫୁଲରୁ ମିଳିଥିବା ଏକ ମସଲା । ବିଭିନ୍ନ ଖାଦ୍ୟରେ ସ୍ୱାଦ ଏବଂ ରଙ୍ଗ ମିଶାଇବା ପାଇଁ ଏହା ବ୍ୟବହୃତ ହୁଏ। ସାଫ୍ରନ୍ ମଧ୍ୟ ଦୁନିଆର ସବୁଠାରୁ ମହଙ୍ଗା ମସଲା ଭାବରେ ବିବେଚନା କରାଯାଏ । ଗୋଟିଏ ଗ୍ରାମ କେସର ଉତ୍ପାଦନ ପାଇଁ ପ୍ରାୟ ୧୫୦ ଫୁଲ ଆବଶ୍ୟକ। ଏକ ପାଉଣ୍ଡ ସାଫ୍ରନ୍‌ର ମୂଲ୍ୟ ୫୦୦୦ ଡଲାର (୪.୧୪ ଲକ୍ଷ) ପର୍ଯ୍ୟନ୍ତ ହୋଇଥାଏ।

   Related Posts