scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମାନେ ଦୁନିଆର ସବୁଠାରୁ ମହଙ୍ଗା ଫୁଲ, ଜାଣନ୍ତୁ କେତେ ଟଙ୍କାରେ କିଣିପାରିବେ ?

7/08/2023 at 2:57 PM

ନୂଆଦିଲ୍ଲୀ ୦୭।୦୮: ଫୁଲ ସମସ୍ତଙ୍କୁ ଭଲ ଲାଗେ । ଏହାର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ମନକୁ ଆକର୍ଷିତ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆ କିଛି ଏପରି ଫୁଲ ବିଷୟରେ, ଯାହାକୁ ଧନୀମାନେ ବି କିଣି ପାରନ୍ତିନି ।

ପ୍ରଥମରେ ରହିଛି କାଦୁପୁଲ ଫୁଲ । ଏହାର ଦାମ୍‌ ଅମୂଲ୍ୟ । ରାତିରେ ଫୁଟୁଥିବା ଏହି ଫୁଲ ସୁଗନ୍ଧ ଅତ୍ୟନ୍ତ ସ୍ୱତନ୍ତ୍ର । ଶ୍ରୀଲଙ୍କାରେ ମିଳୁଥିବା ଏହି ଫୁଲ କ୍ୱଚିତ୍ ଦୁନିଆରେ ଦେଖାଯାଏ । ଏହି ଫୁଲକୁ କିଣାଯାଇ ବିକ୍ରୟ କରାଯାଇପାରିବ ନାହିଁ ।

ଅଷ୍ଟିନ୍ ଜୁଲିଏଟ୍ ରୋଜ  । ଦୁନିଆର ସବୁଠାରୁ ମହଙ୍ଗା ଫୁଲ । ଏହାକୁ ୨୦୦୬ ରେ ୧୫.୮ ନିୟୁତ ଡଲାର ଅର୍ଥାତ୍ ୧.୩୦ ବିଲିୟନ ଟଙ୍କାରେ ନିଲାମ ହୋଇଥିଲା ।  କିଛି ଲୋକ ଏହାକୁ ୩ ମିଲିୟନ୍ ଫ୍ଲାଏର୍ ମଧ୍ୟ ବୋଲି କୁହନ୍ତି ।

ଶେନଜେନ୍ ନୋଙ୍ଗକେ ଅର୍କିଡ୍ । ଏହି ଫୁଲକୁ ୮ ବର୍ଷ ଧରି ଜଣେ ବୈଜ୍ଞାନିକ ଟିମ୍ ବିକଶିତ କରିଥିଲେ । ଏହାର ଗୋଟିଏ ଫୁଲର ମୂଲ୍ୟ ୨୦୦,୦୦୦ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୧.୬୫ କୋଟି ଟଙ୍କା । ଆପଣ ଏହାକୁ ଭାରତର କୌଣସି ସ୍ଥାନରେ ପାଇବେ ନାହିଁ ।

ଗୋଲ୍ଡ ଅଫ୍ କିନାବାଲୁ ଅର୍କିଡ୍ । ଏହାର ସୌନ୍ଦର୍ଯ୍ୟ ଓ ବିରଳତା ଯୋଗୁଁ ଏହା ସବୁଠାରୁ ମହଙ୍ଗା ଫୁଲ। ଏହା କେବଳ ମାଲେସିଆର କିନାବାଲୁ ଜାତୀୟ ଉଦ୍ୟାନରେ ଦେଖାଯାଏ । ଏହି ଗୋଟିଏ ଫୁଲର ମୂଲ୍ୟ ୪୯୮,୦୦୦ ଟଙ୍କାରୁ ଅଧିକ ।

ସାଫ୍ରନ୍ କ୍ରୋକସ୍ ସମଗ୍ର ବିଶ୍ୱରେ ଅତ୍ୟନ୍ତ ସୁଗନ୍ଧିତ ଫୁଲ । ଏଥିରୁ ମସଲା କେସର ତିଆରି ହୋଇଥାଏ । ଜମ୍ମୁ କାଶ୍ମୀରରେ ମିଳୁଥିବା ଏହି ଫୁଲର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କାରେ ବିକ୍ରି ହୁଏ ।

ହଲାଣ୍ଡର ଜାତୀୟ ଫୁଲ ଟ୍ୟୁଲିପ୍ସ । ଏହି ଫୁଲ ଦେଖିବାକୁ ବହୁତ ସୁନ୍ଦର । ଗୋଟିଏ ଟ୍ୟୁଲିପ୍ସ ଫୁଲ ପ୍ରାୟ ୫,୩୨୫.୨୦ ୟୁରୋ କିମ୍ବା ୫,୭୦୦ ଡଲାରରେ ବିକ୍ରି ହୁଏ । ଏହା ଲାଲ, ହଳଦିଆ ଓ ଧଳା ରଙ୍ଗରେ ଆସିଥାଏ ।

You Can Read:

   Related Posts