ନ୍ୟୁୟର୍କ ଦୁନିଆର ସବୁଠୁ ମହଙ୍ଗା ସହର, ଲିଷ୍ଟରେ ଭାରତର ଏହି ୩ ସହର

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ, ୨/୧୨: ନ୍ୟୁୟର୍କ ଦୁନିଆର ଏଭଳି ଏକ ସହର, ଯାହା ବିଷୟରେ କୁହାଯାଏ ଯେ ‘ସହର ଯାହା କେବେ ଶୁଏ ନାହିଁ’। ଅବଶ୍ୟ ଆମେରିକାର କେବଳ ଏହି ସହରର ନାଁ ହିଁ ପ୍ରସିଦ୍ଧ ନୁହେଁ। ୨୦୨୨ର ଦୁନିଆର ସବୁଠୁ ମହଙ୍ଗା ସହର ତାଲିକାରେ ଅନୁଯାୟୀ ଏହା ଦୁନିଆର ସବୁଠୁ ମହଙ୍ଗା ସହର। ଏହା ସହ ମିଳିତ ଭାବରେ ସିଙ୍ଗାପୁର ମଧ୍ୟ ଲିଷ୍ଟରେ ସମାନ ସ୍ଥାନରେ ରହିଛି। ଖାସ୍ କଥା ହେଉଛି ୧୭୨ ସହରର ଏହି ତାଲିକାରେ ଭାରତର ତିନି ସହର ମଧ୍ୟ ସାମିଲ୍ ରହିଛି।

ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ (ଇଆଇୟୁ) ସର୍ଭେ ଅନୁଯାୟୀ, ଚଳିତ ବର୍ଷ ଦୁନିଆର ବଡ଼ ସହରରେ ହାରହାରି ଖର୍ଚ୍ଚରେ ୮.୧ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବୃଦ୍ଧି ପଛରେ ୟୁକ୍ରେନ ଯୁଦ୍ଧ ଏବଂ କୋଭିଡ-୧୯ ମହାମାରୀ ପ୍ରଭାବ ବଡ଼ କାରଣ। ଆମେରିକାରେ ଦରବୃଦ୍ଧି ମଧ୍ୟ ବଡ଼ କାରଣ ଅଟେ। ଫଳରେ ନ୍ୟୁୟର୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଖାସ୍ କଥା ହେଉଛି ଏହା ପ୍ରଥମ ଥର ଯେତେବେଳେ ନ୍ୟୁୟର୍କ ଟପ୍‌ରେ ରହିଛି। ଗତ ବର୍ଷ ପ୍ରଥମ ସ୍ଥାନରେ ତେଲ ଅବୀବ ଥିଲା, ଯାହା ଏବେ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଆମେରିକାର ଲସ ଆଞ୍ଜେଲସ୍ ଏବଂ ସାନ୍ ଫ୍ରାନ୍ସିସକୋ ମଧ୍ୟ ଟପ୍‌ ୧୦ ରେ ସାମିଲ୍ ହୋଇଛି।

୧୭୨ ଦେଶ ମଧ୍ୟରେ ଭାରତର ତିନି ବଡ଼ ସହର ସ୍ଥାନ ପାଇଛନ୍ତି। ଏଥିରେ କର୍ଣ୍ଣାଟକର ବେଙ୍ଗାଲୁରୁ, ତାମିଲନାଡୁ ରାଜଧାନୀ ଚେନ୍ନାଇ ଏବଂ ଗୁଜରାଟର ଅହମଦାବାଦ ନାମ ରହିଛି।

୨୦୨୨ ର ୧୦ ସବୁଠୁ ମହଙ୍ଗା ସହର

ନ୍ୟୁୟର୍କ ଏବଂ ସିଙ୍ଗାପୁର

ତେଲ ଅବୀବ

ହଂକଂ

ଲସ୍ ଆଞ୍ଜେଲସ୍

ଜ୍ୟୁରିଖ

ଜେନିଭା

ସାନ୍ ଫ୍ରାନ୍ସିସକୋ

ପ୍ୟାରିସ୍

ସିଡନୀ

କୋପେନହେଗନ ସହର ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.